ବୁଗୁଡ଼ା : ୧୭/ ୩ : (ଡ. କୁମୁଦ ଚନ୍ଦ୍ର ବେହେରା)ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ସାବରମତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ଵ ସମ୍ମିଳନୀରେ ଓଡ଼ିଆ କୃଷି ବିଶେଷଜ୍ଞଙ୍କ ପ୍ରଶଂସା । ‘କୃଷି ଓ ଖାଦ୍ୟ ପ୍ରଣାଳୀରେ ମହିଳା’ ଏହି ଶୀର୍ଷକରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ବିଶ୍ଵ ସମ୍ମିଳନୀ । ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ଚାଷୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ସାବରମତୀଙ୍କ ବିଷୟରେ ଚର୍ଚ୍ଚା କରିବା ସହ ଜୈବିକ ଚାଷରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି ।

