ନୂଆପଡା,୨୧/୫,(ପରମେଶ୍ୱର ମେହେର):ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି ଏବଂ ଏଥିରେ ଖଡ଼ିଆଳ ସ୍ଥିତ ପରକ୍ଷିତ ଟାଇଗର ଯୁକ୍ତ ବିଜ୍ଞାନ କଲେଜ ଶିକ୍ଷା ଗ୍ରହଣ କରୁଥିବା ବେଳେ ଛାତ୍ରୀଛାତ୍ର ମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି I ଏଥିରେ ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୮୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୬୪ ଜଣ ପ୍ରଥମ ସ୍ଥାନ ରଖିଥିବା ବେଳେ, ୨୦ ଜଣ ଦ୍ୱିତୀୟ ସ୍ଥାନ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶହେ ପ୍ରତିଶତ ପାସ୍ ହାର ଆଣି ଜିଲ୍ଲା ର ଗୌରବ ଆଣିଛନ୍ତି । ବିଦ୍ୟାଳୟର ଛାତ୍ର ବିଶ୍ୱଜିତ ପ୍ରଧାନ ୬୦୦ ମାର୍କ ରୁ ୫୭୭ ମାର୍କ ସହ ୯୬. ୧୭%ପ୍ରତିଶତ ମାର୍କ ରଖି ରଖିଥିବା ବେଳେ ଖିତେଶ ପୂଜାରୀ ୫୬୮ ମାର୍କ ସହ ୯୪. ୬୭% ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଳା ଟପ୍ପର ହୋଇଛନ୍ତି I ଏହି ସଫଳତା ପାଇଁ ମହାବିଦ୍ୟାଳୟର ପରିଚାଳକ ତେଜରାଜ ବାଗ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ନିୟମିତ ପାଠଦାନ, ଶୃଙ୍ଖଳାବଦ୍ଧ ଶିକ୍ଷା ପରିବେଶ ଏବଂ ଛାତ୍ରୀମାନଙ୍କର ଅଧ୍ୟବସାୟ ଏହି ସଫଳତାର ମୂଳ ଚାବିକାଠି ବୋଲି ସେ ମତ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଉତ୍କୃଷ୍ଟ ଶିକ୍ଷା ପରିବେଶ, ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଚିତ ଦିଗଦର୍ଶନ, ମାତାପିତା ଆଶୀର୍ବାଦ ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି ଛାତ୍ରୀଛାତ୍ରମାନେ କହିଥିଲେ lବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

