ବୁଗୁଡା:୫/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡା ବ୍ଲକ୍ ଅନ୍ତର୍ଗତ ଘୋଳ ପୁର ଗାଁରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶିଶୁମାନଙ୍କ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ମନ୍ତ୍ରୀଙ୍କ ନିଜ ଗାଁର ବିଦ୍ୟାଳୟ। ଏଠାରେ ସେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ତଳେ ବସି କୁନି କୁନି ଶିଶୁମାନଙ୍କୁ ମନ୍ତ୍ରୀ ସେମାନଙ୍କ ଖଡ଼ି ଛୁଆଁର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀଙ୍କୁ ନିଜ ବିଦ୍ୟାଳୟରେ ଅତି ନିକଟରୁ ପାଇ ଛାତ୍ରୀଛାତ୍ରମାନେ ଖୁସି ଅନୁଭବ କରିଥିଲେ। ମନ୍ତ୍ରୀଙ୍କ ନିକଟରେ ପିଲାଙ୍କ ଅଭିଭାବକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ, ସହକାରୀ ଶିକ୍ଷକ ମନୋଜ ପଟ୍ଟନାୟକ, ଗୌରାଙ୍ଗ ପ୍ରଧାନ ଓ ପ୍ରଦୀପ ଜେନା ଉପସ୍ଥିତ ଥିଲେ।

