ପୁରୁଷୋତ୍ତମପୁର,୩୧/୦୫, (ଶୁଭଙ୍କରୀ ଦାଶ):ପମ୍ପ ଡ୍ରାଇଭର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଓ ସଭା ଅନୁଷ୍ଠିତ | ପି ହେଚ ଡି ପମ୍ପ ହାଉସ ରେ ଓଇଯେସ ପମ୍ପ ଡ୍ରାଇଭର ଭାବେ ଦୀର୍ଘ ବର୍ଷ ହେଲା କାମ କରୁଥିବା ଗୋପାଳ ଦାସ ଆଜି ଅବସର ଗ୍ରହଣ କରିଛନ୍ତି | ତେଣୁ ତାଙ୍କୁ ପମ୍ପ ହାଉସ ପରିସର ରେ ଏକ ଅବସର କାଳିନ ସମ୍ବର୍ଦ୍ଧନା ଓ ସଭା ବିଭାଗର କନିଷ୍ଟା ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈଥିଲା | ଏହି କାର୍ଯ୍ୟକ୍ରମ କୁ ବିଭାଗର ଓ ଇ ଯେ ସ କର୍ମଚାରୀ ଏନ ରାମଚନ୍ଦ୍ର ରେଡ଼ୀ ସମ୍ପାଦନା କରିଥିଲା ବେଳେ ବିଭାଗର କଣ୍ଟ୍ରାକ୍ଟର ବାଲକୃଷ୍ଣ ଦାଶ (ମୁନା ) ଓ ଅବସରପ୍ରାପ୍ତ କିରାଣୀ ଗୋପାଳ କୃଷ୍ଣ ଆଚାର୍ଯ୍ୟ ମଞ୍ଚାସିନ ଥିଲେ | ମଞ୍ଚାସିନ ଅତିଥି ମାନେ ଗୋପାଳ ଦାସ ଙ୍କ ସ୍ଵଭାଵ ଅତି ସରଳ ନିସ୍କ ପଟ ଓ ମାଆ ଜଗତ ଜନନୀ ଙ୍କ ଉପରେ ଭରସା ରଖି ଆଗକୁ ବଢିଥିଲେ ବୋଲି କହିଥିଲେ | ତାଙ୍କର ଅବସର କାଳରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ l ଏହିପରି ଜଣେ ଜଣେ ନିଜର ଚାକିରି ବୟସ ପରେ ଅବସର ଗ୍ରହଣ କରିବେ କିନ୍ତୁ ଗୋପାଲ ଦାସ ଜଣେ ଅନ୍ୟତମ ଥିଲେ | ତେଣୁ ଗୋପାଳ ଦାସ ଙ୍କ ଆଗାମୀ ଜୀବନ ନିରୋଗୀ, ସୁଖମୟ ରେ ଅତିବାହିତ ହେଉ ବୋଲି କହିଥିଲେ | ରାମରେଡି ଗୋପାଳ ଜଣେ ମା ତାରାତାରିଣୀ ଙ୍କ ପରମ ଭକ୍ତ ଥିଲେ ଓ ପ୍ରତେକ କାର୍ଯ୍ୟରେ ମାଆଙ୍କ ନାମକୁ ମୁଖରେ ସ୍ମରଣ କରୁଥିଲେ | ସମସ୍ତେ ତାଙ୍କର ଦୀର୍ଘାୟୁ କାମନା ଓ ସୁସ୍ଥ କାମନା କରିଥିଲେ | କନିଷ୍ଟ ଯନ୍ତ୍ରୀ ତାଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ଅନ୍ୟମାନେ ଡ୍ରେସ ସହିତ ଜୋତା, ଛତା , ଗାମୁଛା ଓ ଗୋଟିଏ ଗିଫ୍ଟ ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସେହି ପମ୍ପ ହାଉସ ରେ କାମ କରୁଥିବା ମହିଳା ଓ ପୁରୁଷ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

