ପୁରୁଷୋତ୍ତମପୁର,୨୪/୪:(ଶୁଭଙ୍କରୀ ଦାସ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ଆଜି ଜାତୀୟ ପଞ୍ଚାୟତି ରାଜ ଦିବସ ୨୦୨୬ ଅତି ଧୁମଧାମରେ ପାଳିତ ହୋଇଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର ସଂଯୋଜନା ରେ ଏବଂବ୍ଲକ ଅଧକ୍ଷା ପିଙ୍କି ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଈ ଯାଇଛି |ଅନ୍ୟ ସମ୍ମାନିତ ଅତିଥି ମାନଙ୍କମଧ୍ୟରେଅତିରିକ୍ତ ବିଡ଼ିଓ ଜ୍ୟୋତିର୍ମୟୀ ନାୟକ, 36ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନବେହେରା, 37ନଂ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜିତ କୁମାର ବେହେରା ଏବଂ ଖଲ୍ଲିକୋଟ ବିଧାୟକ ପ୍ରତିନିଧି କୋରାନଥ ସ୍ୱାଇଁଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କୁ ଏମ୍ବିକେ ମହିଳା ମାନେ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିଥିଲେ | ଏହାସହ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ, ସାମ୍ବାଦିକ ଙ୍କୁ ଉପଢୌକନ ଦେଈ ସ୍ୱାଗତ କରିଥିଲେ | ଏହି ଅବସର ରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଦିବସ ର କାର୍ଯ୍ୟ କାରିତା ଉପରେ ଅତିରିକ୍ତ ବିଡ଼ିଓ ମତ ଦେଇଥିଲେ | ଜିଲ୍ଲା ପରିଷଦ ଓ ବିଧାୟକ ଙ୍କ ପ୍ରତିନିଧି ମଧ୍ୟ ଅନୁରୂପ ମନ୍ତବ୍ୟ ଏହି ପଞ୍ଚାୟତ ଦିବସ ଉପରେ ଦେବା ସହ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ | ଏହା ସହ କିଛି ଯୋଗ୍ୟ ହିତାଧିକାରୀଙ୍କୁଉପସ୍ଥିତ ଅତିଥି ମାନେ ଅନ୍ତୋଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ , କିଛି ବ୍ୟକ୍ତିଙ୍କୁ ଶ୍ରମିକ କାର୍ଡ ଅତିଥିମାନେ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟା.ଏମ୍ବିକେ, ସିଆରପି,ଓ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁଙ୍କ ପ୍ରତକ୍ଷ ତତ୍ୱା ବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିପିଓ ଦାଇତ୍ୱ ରେ ଥିବା ମୀନ କେତନ ବେହେରା, ଗୃହଆବଣ୍ଟନ ବ୍ଳକ ମୁଖ୍ୟ ଶ୍ରୀକାନ୍ତ ଦଳବେହେରା, ସମସ୍ତ ପିଇଓ, ବିପିସି ସାଇଦତ୍ତ ବେହେରା, ବିପିଏମ ମିନେନ୍ଦ୍ର ଦଳେଇ, ଉପସ୍ଥିତ ରହି ସହଯୋଗ କରିଥିଲେ | ଏହି ପଞ୍ଚାୟତ ଦିବସ ର କାର୍ଯ୍ୟକ୍ରମ କୁ ନୀଳମାଧବ ରଥ ସୁଚାରୁ ରୂପେ ସମ୍ପାଦନା କରିଥିଲେ |

