ଖଜୁରୀପଡା,୩୦/୦୫,(ମନୋଜ କୁମାର ବେହେରା):ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରପାଜୁ ଗ୍ରା.ପ ପେନାବାଲି ସ୍ଥିତ ବୀରପ୍ରତାପ ଯୁବକ ସଙ୍ଘ ଆନୁକୁଲ୍ୟ ରେ ମାଇ ଭାରତ କନ୍ଧମାଳ ତରଫରୁ ଭିନାୟକ ଦାମୋଦର ସର୍ଭରକରଙ୍କ ଜନ୍ମ ଜୟନ୍ତୀ ଗୋଲକ ପ୍ରଧାନ ଙ୍କ ନେତୃତ୍ୱରେ ରେ ପାଳିତ ହୋଇଯାଇଛି l ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ସଭାପତି, ଖଜୁରୀପଡ଼ା ଶ୍ରୀ ବିକ୍ରମ୍ ସେନ ଦେହୁରୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆର୍ମି ଅଧିକାରୀ ସଞ୍ଜିତ କୁମାର ଜlନୀ, ସ୍ଥାନିୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ଶିକ୍ଷକ ଅଜିତ୍ କୁମାର ଦେହୁରୀ, ଅନିରୁଦ୍ଧ ପ୍ରଧାନ, ସଂପାଦକ ଅନନ୍ତ ଦେହୁରୀ, , ଯୁବକ ସଙ୍ଘ ସଭାପତି ରମେଶ ଚନ୍ଦ୍ର କହଁର, ସୁଶୀଲ ପ୍ରଧାନ ଏବଂ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୂଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯକ୍ରମରେ ବକ୍ତୃତା , ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗୀତାହୋଇଥିଲା ।କାର୍ଯ୍ୟକ୍ରମ ରେ ଅନେକ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥଲେ l ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଟିକୁ ରଶ୍ମୀ ରଞ୍ଜନ ଦେହୁରୀ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏଥି ସହିତ ବିରପ୍ରତାପ ଯୁବକ ସଙ୍ଘ ର ସମସ୍ତ କର୍ମକର୍ତ୍ତା ସହୋଜୋଗ କରି ଉପସ୍ଥିତ ରହିଥିଲେ।

