ପୋଲସରା,୩/୪(ଶିବ ପ୍ରସାଦ ସାହୁ):ପୋଲସରା ପାଇଁ ଏକ ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ ଅବସରରେ ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ହାଇସ୍କୁଲ ପରିସରରେ ପାଞ୍ଚ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସେମାନେ ହେଉଛନ୍ତି ନ୍ୟାୟମୂର୍ତ୍ତି ଲିଙ୍ଗରାଜ ପାଣିଗ୍ରାହୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଖଲ୍ଲିକୋଟ ଅଠରଗଡ଼ ରାଜା ହରିହର ମର୍ଦ୍ଦରାଜ । ଏଥିରେ ଉତ୍କଳ ସ୍ଵାଭିମାନ ମଞ୍ଚ, ପୁରାତନ ସଭାପତି ରାଧାକାନ୍ତ ଦାସଙ୍କ ସମେତ ନିରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀଧର ସାମନ୍ତରା, ପ୍ରଭାକର ସାମନ୍ତରା, ଅର୍ଘ୍ୟଦାସ ମଲ୍ଲିକ, ସୁରଜିତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ଅଧ୍ୟାପକ ମନୋଜ କୁମାର ସାହୁ ପ୍ରମୁଖ ଯୋଗ
ଦେଇଥିଲେ । ଏହି ଅବସରରେ ପଞ୍ଚ ବରପୁତ୍ରନଙ୍କୁ
ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ କରାଯିବା ପରେ ଉତ୍ତରୀୟ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ଵଳନ
କରାଯାଇଥିଲା । ପରେ ଆୟୋଜିତ ସଭାରେ ମଞ୍ଚ ସଭାପତି ଶ୍ରୀଯୁକ୍ତ ଦାସ କର୍ମମୟ ଜୀବନ ମଧ୍ୟରେ ଓଡ଼ିଶା ରାଜ୍ୟ ଉନ୍ନତି ଏବଂ ବିଚାର, ଭାଷା ଓ ସାହିତ୍ୟ ପ୍ରତି କରିଯାଇଥିବା ଅମୂଲ୍ୟ ନିଷ୍ଠାପୂର୍ଣ୍ଣ ସେବା ଓ ସହଯୋଗ ସ୍ଵରୂପ ଅବଦାନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଦିବସ ଏହି ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବାକୁ ଉପସ୍ଥିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମଟି ଅନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା। ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟାବୃନ୍ଦ ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

