ଖୋରଧା,୧।୧୦(କେଦାର ନାଥ ସାହୁ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP), ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମହାବିଦ୍ୟାଳୟର ABVP +3 କ୍ୟାମ୍ପସ୍ ୟୁନିଟ୍ ଘୋଷଣା କରାଯାଇଛି।ନୂତନ କ୍ୟାମ୍ପସ୍ ୟୁନିଟ୍ର ସଭାପତି ଭାବେ ସୁମନା ବେହେରା ଏବଂ ସମ୍ପାଦକ ଭାବେ ତୁଳସୀ ମହାରଣାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ଏହାସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଯୋଗଦାନ ଓ ସାଙ୍ଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ SFS, SFD, CDD, RKM ଏବଂ Khelo Bharat ଭଳି ବିଭିନ୍ନ ଦାୟିତ୍ୱ ମଧ୍ୟ ଘୋଷଣା କରାଯାଇଛି।ନବଗଠିତ ୟୁନିଟ୍ ଆଗାମୀ ଶିକ୍ଷାବର୍ଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା, ସେବା, ସାମାଜିକ ସଚେତନତା ଓ ଛାତ୍ରହିତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

