ଫୁଲବାଣୀ:୧୯/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଏକ ‘ପ୍ରମୁଖ ନାଗରିକ ସଙ୍ଗୋଷ୍ଠୀ’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ର ନିର୍ମାଣ ଓ ସାମାଜିକ ସମରସତା ଉପରେ ଗୁରୁତ୍ୱାରୋପ କରାଯାଇଛି।ମୁଖ୍ୟ ଆଲୋଚନା ଓ ପ୍ରସଙ୍ଗ: କନ୍ଧମାଳ ଜିଲ୍ଲାର ଏହି ସଙ୍ଗୋଷ୍ଠୀରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ବର୍ତ୍ତମାନର ସାମାଜିକ ପରିପ୍ରେକ୍ଷୀରେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶରେ ସାଧାରଣ ଜନତାଙ୍କ ଭାଗିଦାରୀ ବିଷୟରେ ପ୍ରଶ୍ନୋତ୍ତରୀ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଚିନ୍ତାନାୟକ, ବାଗ୍ମୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଆଦରଣିୟ ଶ୍ରୀ ବିଶ୍ୱମ୍ବର ପାଣି ନିଜ ବକ୍ତବ୍ୟରେ ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ, ସେ ନିଜ ବକ୍ତବ୍ୟ ମାଧ୍ୟମରେ ପର୍ଯ୍ୟାବରଣର ସୁରକ୍ଷା, ବୃକ୍ଷରୋପଣ, ଜଳର ସଂରକ୍ଷଣ, ପଲିଥିନ୍ ମୁକ୍ତ ଗାଁ ବିଷୟରେ ଆଲୋକପାତ କରିଥିଲେ, ପଞ୍ଚ ପରିବର୍ତ୍ତନର ଦ୍ୱିତୀୟ ବିନ୍ଦୁ ବିଷୟରେ ସେ କହିଥିଲେ,ସମାଜରେ ସବୁ ବର୍ଗର ଲୋକ ସମାନ ଅଧିକାର ଓ ସମ୍ମାନ ପାଈବା ଆବଶ୍ୟକ | ଦୀର୍ଘଦିନରୁ ସମାଜ ଅସଂଗଠିତ ହୋଇଛି ଏବଂ ରାଷ୍ଟ୍ରବିରୋଧି ତତ୍ତ୍ୱ ଏହାର ସୁଯୋଗ ନେଇ ସମାଜକୁ ବିଭାଜନ କରୁଛନ୍ତି | ଏହାଦ୍ୱାରା ଆଗାମୀ ଦିନରେ ସମାଜ ବିଘଟନ ଶକ୍ତି ଅଧିକ ସକ୍ରିୟ ହେବେ ଏବଂ ଏହା ସମ୍ପୁର୍ଣ୍ଣ ସମାଜ ପାଇଁ ବିପଦର କାରଣ ହୋଇପାରେ, ଏଣୁ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ | ଭାରତୀୟ ଭାବରେ ନିଜର ବ୍ୟକ୍ତିଗତ ଜୀବନରେ ଭାରତୀୟ ଜିନିଷ ବ୍ୟବହାର କରିବା,ଭାରତୀୟ ଭାଷା ଓ ସଂସ୍କୃତିର ସଂରକ୍ଷଣ ତଥା ପାଳନ କରିବା,ଭାରତୀୟ ପରମ୍ପରା,ଭାରତୀୟ ଜ୍ଞାନକୌଶଳ ଏବଂ ଭାରତୀୟ ଜୀବନଶୈଳୀକୁ ନିଜର ଦୈନନ୍ଦିନ ଜୀବନରେ ଆଚରଣରେ ଆଣିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରି କହିଥିଲେ | ଭାରତୀୟ ପରିବାର ବ୍ୟବସ୍ଥା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆମେ ପରିବାରରେ ସାମୁହିକ ଭୋଜନ କରିବା ସହିତ, ଭାରତୀୟ ଖାଦ୍ୟ ପାନୀୟକୁ ଗୁରୁତ୍ୱଦେବା, ବିଦେଶୀ ତଥା ଆଧୁନିକ ଅସଭ୍ୟ ବସ୍ତ୍ର ପରିତ୍ୟାଗ କରି ଭାରତୀୟ ବେଶଭୁଷାକୁ ଗୁରୁତ୍ୱଦେବା, ପରିବାରରେ ଭଜନ କିର୍ତ୍ତନ କରିବା ଏବଂ ବର୍ଷରେ ଥରେ ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଭ୍ରମଣ ଉଦ୍ଧେଶ୍ୟରେ ଯିବା ଆବଶ୍ୟକ ବୋଲି ସେ କହିଥିଲେ, ଏହା ଦ୍ୱାରା ଆମ ସାଂସ୍କୃତିକ ମୁଲ୍ୟବୋଧ ଉଜ୍ଜିବିତ ରହିବା ସହିତ ଆଜିର ପଥଭ୍ରଷ୍ଟ ଯୁବ ସମାଜ ବିପଥଗାମୀ ହେବେ ନାହିଁ ବୋଲି ସେ ନିଜ ବକ୍ତବ୍ୟ ଶେଷରେ ମତବ୍ୟକ୍ତ କରିଥିଲେ | ମୋବାଇଲ୍ ବ୍ୟବହାରରେ ସଞ୍ଜମତା ରକ୍ଷା କରିବା ଓ ବିଶେଷ କରି ମାତୃଶକ୍ତି ଓ ଯୁବପିଢୀ ଏହି ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ | ଭାରତର ନାଗରିକ ଭାବରେ ନିଜର ନାଗରିକ କର୍ତ୍ତବ୍ୟ ପାଳନ ଦୃଷ୍ଟିରୁ ଆମେ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ, ଏବଂ ସମାଜଧର୍ମୀ ଉଦବୋଧନ ଦେଇଥିଲେ । ପଞ୍ଚ ପରିବର୍ତ୍ତନର ଉପରୋକ୍ତ ବିଷୟ ଗୁଡିକୁ ଆଗାମୀ ଦିନରେ ସଂଘ ତଥା ସଂଘର ସ୍ୱୟଂସେବକ ମାନେ ନିଜ ଜୀବନରେ ଉପଯୋଗ କରିବା ସହିତ, ଏ ସବି ବିଷୟକୁ ସମ୍ପୁର୍ଣ୍ଣ ସମାଜ ପର୍ଯ୍ୟନ୍ତ ପହଞ୍ଛାଇବାକୁ ହେବ ବୋଲି ସେ କହିଥିଲେ | ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କନ୍ଧମାଳ ଜିଲ୍ଲାର ସହ-ଜିଲ୍ଲା କାର୍ଯ୍ୟବାହ ଶ୍ରୀମାନ ନରେଶ ମହାନ୍ତି ଯୋଗଦେଇଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରିୟନାଥ ଶର୍ମା ଯୋଗଦେଇ ଥିଲେ | ଫୁଲବାଣୀ ନଗରର ମାନନୀୟ ନଗର ସଂଘଚାଳକ ଶ୍ରୀଯୁକ୍ତ ଗୋବିନ୍ଦ ନାୟକ ଏବଂ ଜିଲ୍ଲା ପ୍ରଚରକ ଶ୍ରୀମାନ କର୍ଣ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ସଂଘର ଓଡିଶା ପୁର୍ବ ପ୍ରାନ୍ତର ପ୍ରାନ୍ତ ସେବା ପ୍ରମୁଖ ଶ୍ରୀମାନ ଶାନ୍ତନୁ କୁମାର ମାଝୀ ଏବଂ ସହ ବିଭାଗ ପ୍ରଚାରକ ଶ୍ରୀମାନ ମୁନିନ୍ଦ୍ର କୁମାର ଶବର ପ୍ରମୁଖ ଉପସ୍ଥିତ ଥିଲେ |ଇତିହାସର ପୁନଃଉଦ୍ଧାର ଓ ସଂଘର ସଂଘର୍ଷଶ୍ରୀ ପାଣି କହିଥିଲେ ଯେ, ଆମ ସମାଜକୁ ବିଭାଜନ କରିବା ପାଇଁ ଅନେକ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର ଚାଲିଛି। ତତ୍କାଳିନ ଭାରତର ଅବସ୍ଥାକୁ ନେଇ ସଂଘର ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡଗେୱାର ବିଚଳିତ ଥିଲେ। ସେହି ସମୟରେ ବିପ୍ଳବ ଭାବନାର ଅଭାବ ଥିଲା ଓ ପରାଧୀନତାକୁ ସମସ୍ତେ ସାମାନ୍ୟ ଅବସ୍ଥା ଭାବେ ଗ୍ରହଣ କରିନେଇଥିଲେ। ହନୁମାନ ଯେମିତି ନିଜ ଶକ୍ତିକୁ ଭୁଲି ଯାଇଥିଲେ, ସେତେବେଳର ହିନ୍ଦୁ ସମାଜରେ ମଧ୍ୟ ଏଭଳି ଆତ୍ମବିସ୍ମୃତି ଭାବ ରହିଥିଲା। ଏହାକୁ ସେ ସିଂହ ଶାବକ ଓ ହନୁମାନଙ୍କ ସମୁଦ୍ର ଲଙ୍ଘନ କାହାଣୀ ମାଧ୍ୟମରେ ବୁଝାଇଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ, ଦାସତ୍ବ ମାନସିକତା ଯୋଗୁଁ ଭାରତ ବିଦେଶୀ ଶାସନ ଅଧୀନରେ ଥିଲା। ୟୁରୋପୀୟ ଇତିହାସକାରମାନେ ଭାରତର ଗୌରବମୟ ଇତିହାସକୁ ଠିକ୍ ଭାବେ ପ୍ରକାଶ କରିନାହାନ୍ତି, ଯାହାର ଉଦାହରଣ ହେଉଛି ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମକୁ କେବଳ ଏକ ‘ବିଦ୍ରୋହ’ ଭାବେ ପରିଭାଷିତ କରିବା। ସଂଘର ୧୦୦ ବର୍ଷର ସଂଘର୍ଷମୟ ଯାତ୍ରା, ବିଭାଜନ ସମୟର ଭୟାବହତା, ଏବଂ ଯୁଦ୍ଧ ସମୟରେ ସୈନିକମାନଙ୍କୁ ସ୍ୱୟଂସେବକମାନେ ରକ୍ତଦାନ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ଭଳି ସେବା କାର୍ଯ୍ୟ ବିଷୟରେ ସେ ଆଲୋଚନା କରିଥିଲେ। ସଂଘ ଉପରେ ତିନିଥର କଟକଣା ସତ୍ତ୍ୱେ ଏହା ୧୦୦ ବର୍ଷର ସଙ୍ଘର୍ଷରୁ ବାହାରି ଆଜି କିଭଳି ସୁନା ଭଳି ଉଜ୍ଜଳ ହୋଇ ରହିଛି, ତାହା ସେ ଦର୍ଶାଇଥିଲେ।ସାଂସ୍କୃତିକ ମୂଲ୍ୟବୋଧ ଓ ପରିବାର ବ୍ୟବସ୍ଥାଭାରତୀୟ ପରିବାର ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟବକ୍ତା କହିଥିଲେ ଯେ, ପରିବାରରେ ସାମୁହିକ ଭୋଜନ, ଭାରତୀୟ ଖାଦ୍ୟ ଓ ବେଶଭୂଷାକୁ ଗୁରୁତ୍ୱ ଦେବା ଆବଶ୍ୟକ। ଆଧୁନିକ ଅସଭ୍ୟ ବସ୍ତ୍ର ପରିତ୍ୟାଗ କରିବା ସହ ବର୍ଷକୁ ଥରେ ତୀର୍ଥ ଭ୍ରମଣ ଓ ପରିବାରରେ ଭଜନ କୀର୍ତ୍ତନ କରିବା ଦ୍ୱାରା ସାଂସ୍କୃତିକ ମୂଲ୍ୟବୋଧ ଜୀବିତ ରହିବ। ମୋବାଇଲ୍ ବ୍ୟବହାରରେ ସଞ୍ଜମତା ରକ୍ଷା କରିବାକୁ ସେ ମାତୃଶକ୍ତି ଓ ଯୁବପିଢୀଙ୍କୁ ଅନୁରୋଧ କରିଥିଲେ।ସଂକଳ୍ପ ଓ ଉପସଂହାର ଏହି ଅବସରରେ ରାଷ୍ଟ୍ର ସର୍ବୋପରି ଭାବ ନେଇ କାମ କଲେ ଭାରତ ବିଶ୍ୱ ସ୍ତରରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିବ ବୋଲି ମତ ପ୍ରକାଶ ପାଇଥିଲା। ସ୍ବଦେଶୀ ଆନ୍ଦୋଳନ ଦ୍ଵାରା ହିଁ ଦେଶର ଅର୍ଥନୈତିକ ସମୃଦ୍ଧି ସମ୍ଭବ। କାର୍ଯ୍ୟକ୍ରମରେ କନ୍ଧମାଳର ଅନେକ ବରିଷ୍ଠ ସମାଜସେବୀଙ୍କ ସମେତ ସହରର ବହୁ ବିଶିଷ୍ଟ ଶିକ୍ଷାବିତ୍, ଆଇନଜୀବୀ ଉପସ୍ଥିତ ଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଘର ସହ ଜିଲ୍ଲା ସମ୍ପର୍କ ପ୍ରମୁଖ ସମୀର ମହାପାତ୍ର ପରିଚାଳନା କରିଥିଲେ |

