ଫୁଲବାଣୀ,୨୯/୦୪,(ସୁନୀଲ ପଟନାୟକ):ଫୁଲବାଣୀ ସହର ର ଗୋପବନ୍ଧୁ ଛକ ଠାରେ ପୌର ପରିଷଦ ତରଫରୁ ୧୦୦ଫୁଟ ବିଶିଷ୍ଟ ଜାତୀୟ ପତାକା କୁ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଏଥି ସହ ଷ୍ଟାଡିୟମ୍ ନିକଟ ରେ ପୌର ପରିଷଦ ର ନୂତନ କାର୍ଯ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ସେହିପରି ବର୍ତ୍ତମାନ ପୌର ପରିଷଦ କାର୍ଯ୍ୟାଳୟ ରେ ଏକନୂତନ ସମ୍ମିଳନୀ କକ୍ଷ ମଧ୍ଯ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ବିଧାୟକ ମଲିକ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଡୁ ଡ଼ା ପ୍ରବୀଣ କୁମାର ବlଣୁଆ, ପୌର ପରିଷଦ ଅଧ୍ୟକ୍ଷା ପାୟଲ ବେହେରା, ପୌର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି , ସମସ୍ତ କାଉନସିଲର କର୍ମଚାରୀ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ପୌର ପରିଷଦ ପକ୍ଷରୁ ଏଭଳି କାର୍ଯକ୍ରମ କୁ ସାଧାରଣରେ ବେଶ ପ୍ରଶଂସା କରଯାଇଛି l

