ଫୁଲବାଣୀ,୨୬।୦୯(ସୁନୀଲ ପଟ୍ଟନାୟକ):ସେବା ସଂକଳ୍ପ ଅଭିଜାନ ଅବସରରେ ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସୌମ୍ୟ ରଞ୍ଜନ ପାତ୍ର ଙ୍କ ଆନ୍ତରିକ ଉଦ୍ୟମ, ଓ ଆଗ୍ରହ ପ୍ରକାଶଓ ଗଞ୍ଜୁଗୁଡ଼ା ସରପଞ୍ଚ ଆଲୋକ କହଁର ଙ୍କ ସହଯୋଗ ରେ ଗଞ୍ଜୁଗୁଡl ଠାରେ ବୃକ୍ଷ ରୋପଣ କରଯାଇଥିଲା l ଏଥିରେ ବିଜେପି ନେତା ଗୋଲକ ବିହାରୀ କହଁର ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ ମିଶି ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ବିଡ଼ିଓ ସୋମ୍ୟ ରଞ୍ଜନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ହିଁ ଜୀବନ l ବୃକ୍ଷ ବିନା ବଞ୍ଚିବା ଅସମ୍ଭବ l ପ୍ରତ୍ୟେକ ବ୍ୟକ୍ତି ଜୀବନ କାଳରେ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ଉଚିତ୍ ବୋଲି କହିଥିଲେ l କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଓ ବ୍ଲକ୍ କର୍ମଚାରୀ ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l

