ଫୁଲବାଣୀ,୧୯/୦୪:(ସୁନୀଲ ପଟନାୟକ):ପବିତ୍ର ଅଖିତୃତୀୟl ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ସପ୍ତବିଂଶ ତମ ଯାତ୍ରା ଆରମ୍ଭ ହୋଇ ଆସନ୍ତା ମେ ମାସ ୨୦ଯାଏ ଦୀର୍ଘ ଏକ ମାସ ଧରି ଚାଲିବ l ସଭାପତି କାବୁଲା ସେନାପତିଙ୍କ ନେତୃତ୍ବରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା କରାଯାଇ ବ୍ରାହ୍ମଣୀ ଦେବୀ , ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଆଦି ଙ୍କୁ ଆବାହନ କରି ଅଣା ଯିବା ଅସ୍ଥାୟୀ ମଣ୍ଡପ ଯାତ୍ରା ପଡ଼ିଆ କୁଅଣାଯିବା ପରେ ସଂନ୍ଧ୍ୟାରେ ବିଶାଳ ପଟୁଆର ରେ ବାଜା ବlଣ ସହ ନାରାୟଣୀ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ପରେ ମଧ୍ୟ ରାତ୍ରୀ ରେ ମାଙ୍କ ଆଜ୍ଞାମାଳ ଅଣାଯିବ l ସମସ୍ତ କାର୍ଯ୍ୟ ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ଏଥିପାଇଁ ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି l ମା ନାରାୟଣୀ ଙ୍କ ଆଗମନ ପାଇଁ କମିଟି ପକ୍ଷରୁ, ବlଣ, ନାସିକ ଢୋଲ, ନରସିଂହl, ଲୋଟସ ଙ୍ୟlସ୍ , ଡି ଜେ, ଦୂଲ୍ ଦୁଲି, ଘଣ୍ଟ, ଆଦିବାସୀ ନୃତ୍ୟ, ଆନ୍ଧ୍ରା ଡେ ନ୍ସ, ଗଉଡ ସମାଜ ଆଦି ବିଭିନ୍ନ ପ୍ରକାର ମନ ଲୋଭା,ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ମହାନ୍ତି କହିଛନ୍ତି l ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିପାଇଁ ସଭାପତି କାବୁଲl ସେନାପତି, ସମ୍ପାଦକ ସଂଜିତ ପାତ୍ର, ଉପସଭାପତି ସୁଜିତ ବେହେରା ଓ ସମସ୍ତ କମିଟି ସଦସ୍ୟ ନିଷ୍ଠା ଓ ଆନ୍ତରିକତା ର ସହ ଉଦ୍ୟମ କରୁଛନ୍ତି l ଯାତ୍ରା କମିଟି ଅଧ୍ୟକ୍ଷ ତଥା ଉପଜିଲା ପାଳ ଭିକାରୀ ସାହୂ ମଧ୍ଯ ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ସତର୍କ ଦୃଷ୍ଟି ଦେଉଥିବା ଦେଖିବlକୁ ମିଳିଛି l ସୋମବାର ସନ୍ଧ୍ୟାରେ ଶୋଭାଯାତ୍ରା ସମୟ ରେ ଯେପରି ଶାନ୍ତି ଶୃଙ୍ଖଳା ଓ ଭାଇଚାରା ବଜାୟ ରହିବ ସେ ଦାୟିତ୍ୱରେ ସୁର୍ଯ୍ୟ କାନ୍ତ ଦାସ, ସୁନୀଲ ପଟ୍ଟନାୟକ ପ୍ରଶାନ୍ତ ମହାନ୍ତି, ତ୍ରିନାଥ ସାହୂ, ମୋନଜ୍ ସାହୂ, ଅମିୟ ଦାସ, କୈଳାସ ଧଲ୍, ବିରlଜିନୀ ମହାପାତ୍ର, ଦୂର୍ଯ୍ୟ ପଟ୍ଟନାୟକ, ପ୍ରସନ୍ନ ପଣ୍ଡା, ଜଗନ୍ନାଥ ସାହୂ ଓ ସୁନୀଲ ମୁନି ଙ୍କୁ ଦାୟିତ୍ବ ପ୍ରଦାନ କରଯାଇଛି l ଶୁଭ ଖୁଣ୍ଟି ଆଗମନ ବେଳେ ବାଦ୍ୟ, ବିଭିନ୍ନ ନୃତ୍ୟ, ବାଣ ଫୁଟାଇ ଶାନ୍ତି ଶୃଙ୍ଖଳା ର ସହ ଯାତ୍ରା ପଡିଆକୁ ଅଣା ଯାଇଥିଲା l

