ଫୁଲବାଣୀ -୨୨/୦୩ (ସୁନୀଲ ପଟ୍ଟନାୟକ)ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ତଥା ଓଡ଼ିଆ ସଂସ୍କୃତିର ପରିଚୟ ‘ପଖାଳ’କୁ ନେଇ କନ୍ଧମାଳ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କନ୍ଧମାଳ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଓଡ଼ିଆ ଖାଦ୍ୟର ଗରିମା ବଖାଣିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ସହ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ , ଉପ-ଜିଲ୍ଲାପାଳ , ଏବଂ ଆଇ.ଟି.ଡି.ଏ.ର ପ୍ରକଳ୍ପ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଓଡ଼ିଆ ପରମ୍ପରାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ। ପରିଶେଷରେ ସମସ୍ତେ ମିଳିମିଶି ପଖାଳ ଆସ୍ୱାଦନ କରିଥିଲେ।

