ଫୁଲବାଣୀ,୨୧/୦୪(ସୁନୀଲ ପଟନାୟକ):ଫୁଲବାଣୀ ନାରାୟଣୀ ରୋଡ ରେ ଥିବା ରୋଟାରୀ କ୍ଳବ୍ ପରିସରରେ ସୋମବାର ସଂନ୍ଧ୍ୟାରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ସଭାପତି ପ୍ରକାଶ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମା ଚରଣ ମଲ୍ଲିକ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ରୋଟାରୀ ପକ୍ଷରୁ ହାତକୁ ନିଆଯାଇଥିବା କାର୍ଯ୍ୟ ର ଭୂୟସୀ ପ୍ରଶଂସା କରିଥିଲେ l ଉଭୟଙ୍କୁ ରୋଟରୀ କ୍ଳବ୍ ର ହନରାରୀ ସଦସ୍ୟ ଭାବେ ରୋଟାରୀ ପିନ ଦେଇ ସ୍ବାଗତ କରଯାଇଥିଲା l ସେହିପରି ବରିଷ୍ଠ ରୋଟା ରିଆନ ତଥା ସମାଜ ସେବୀ ୟଜ୍ଞା ଶିସ ମହାପାତ୍ର ଆଇ ପି ଡି ଜି, ଯୋଗ ଦେଇ ଏହି ଚକ୍ଷୁ ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ ଲୋକ ସୁବିଧାରେ ଓ ସଂପୂର୍ଣ୍ଣ ମାଗଣା ରେ ଚକ୍ଷୁ ପରୀକ୍ଷା କରିପାରିବେ l ସେହିପରି କl ଟ୍ରା କ୍ଟ ଓ ଅନ୍ୟ ଚକ୍ଷୁ ସମସ୍ୟା ଥିବା ରୋଗୀ ଙ୍କ ମଧ୍ଯ ମାଗଣାରେ କଟକ ଭୁବନେଶ୍ୱର ନେଇ ଅପରେସନ କରାଯାଇ ଚଷମା ପ୍ରଦାନ କରାଯିବ l ସେମାନଙ୍କୁ ଏବେ ଆଉ ବ୍ରହ୍ମପୁର , କି ଭୁବନେଶ୍ୱର ଆଉ ଯାଇ ରୋଗୀ ମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବନି, ହାତ ପାନ୍ତାରେ ଏହି ସୁବିଧା ପାଇବେ ବୋଲି କହିବା ସହ ଏହାର ଫାଇଦା ଉଠାଇ ବାକୁ କହିଥିଲେ l ସମ୍ପାଦକ ବିରଜା ନାହାକ ଧନ୍ୟ ବାଦ୍ ଅର୍ପଣ କରିଥିଲେ l ଏହି ଅବସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ l ରୋଟାରିଆନ ରାଜେଶ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ୨୦୨୬/୨୭ସମ୍ପାଦକ ସୁନୀଲ ପଟ୍ଟନାୟକ ଓ ସଭାପତି ବିଜୟ ପଟ୍ଟନାୟକ, ଫlଉଣ୍ଡର ସଦସ୍ୟ ବିପ୍ର ଚରଣ ପାତ୍ର, ପ୍ରଶାନ୍ତ ପାଣିଗ୍ରାହି, ପବନ ଅଗ୍ରୱାଲ, ପଦ୍ମ ଚରଣ ସ୍ବାଇଁ, କେ ଜ୍ଞାନ ଦୋରା, ଡି ଅରୁଣା, କୁନ୍ଦନ ସିଂହ, ଉର୍ମିଳା ପଣ୍ଡା, ସୁନୀତା ନାୟକ, ବିରlଜିନୀ ମହାପାତ୍ର, ପ୍ରମୁଖ ଅନ୍ୟ ମାନେ ଯୋଗ ଦେଇଥିଲେ l

