ଫୁଲବାଣୀ,୦୪/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀର ଐତିହାସିକ ଦ୍ବିବାର୍ଷିକଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀ ଙ୍କ ଯାତ୍ରା ଆଜି ୫ଦଶ ଦିବସରେ ପଦାର୍ପଣ କରିଛି l ଧୀରେ ଧୀରେ ବଢୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ l ସଜାଗ ରହିଛନ୍ତି ପରିଚାଳନା କମିଟି ଏବଂ ପୋଲିସ ପ୍ରଶାସନ ସିସି କ୍ୟାମେରା ରେ ଅନ୍ତର୍ଭୁକ୍ତ ସମଗ୍ର ଯାତ୍ରା ପଡିଆ l ଯାତ୍ରା ପଡିଆରୁ କେବୁଲ ଜରିଆରେ ସିଧା ପ୍ରସାରଣ ହେଉଛି ସନ୍ଧ୍ୟା ଆଳତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ l ପ୍ରତହ୍ୟ ମା ନାରାୟଣୀ ଙ୍କ ସମେତ ପଞ୍ଚ ଠାକୁରାଣୀ ଆଗରେ ମା କାଳୀଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲିଛି l ସୋମବାର ଆଜି ମା ନାରାୟଣୀ ଗମ୍ଭୀରାରୁ ବାହାରି ଲକ୍ଷ୍ମୀ ମାର୍କେଟ୍ ରାସ୍ତାରେ ଅନିତା ବେକେରୀ ରାସ୍ତା ଦେଇ ଅମଲାପଡ଼ା କାହ୍ନା ବିଳାସକୁ ହୁମ ପୂଜା ପାଇଁ ଯିବେ । ସେଠାରୁ ଜେଲ୍ ରାସ୍ତାରେ ପୋଷ୍ଟ ଅଫିସ୍ ଛକ ଦେଇ ମୁଖ୍ୟ ରାସ୍ତାରେ ଜଗଦୀଶ ଦାସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ନଗର ଭ୍ରମଣରେ ଯିବେ । ସେଠାରୁ ପୂଜା ଆଳତି ମୁଖ୍ୟ ରାସ୍ତାରେ ଶ୍ରୀରାମ ନଗର ରାସ୍ତା ଦେଇ ଗମ୍ଭୀରାକୁ ବିଜେ କରିବେ ବୋଲି ସଭାପତି କାବୁଲ। ସେନା ପତି କହିଛନ୍ତି l ସେହିପରି ମଙ୍ଗଳବାର ନଗର ଭ୍ରମଣ କାର୍ଯ୍ୟକ୍ରମ ଗମ୍ଭୀରାରୁ ବାହାରି ଲକ୍ଷ୍ମୀ ମାର୍କେଟ୍ ରାସ୍ତାରେ ମୁଖ୍ୟ ରାସ୍ତା ଦେଇ କୋଟ ଛକ, ନତୀଖଣ୍ଡି ସାହି ଶିବ ମନ୍ଦିର । ଡାହାଣ ପଟ ନଦୀଗଣ୍ଡି ସାହି ସର୍କୁଲlରରାସ୍ତା ର ଆଇନଜୀବି ବୀଣାପାଣି ପ୍ରଧାନଙ୍କ ଘରକୁ ପୂଜା ପାଇଁ ଯିବେ ।ସେଠାରୁ ମନ୍ଦିର ଛକ ପର୍ଯ୍ୟନ୍ତ ନଗର ଭ୍ରମଣରେ ଯିବେ ସେଠାରୁ ହାଉସିଂ ବୋର୍ଡ କଲୋନୀକୁ ନଗର ଭ୍ରମଣ କରିବେ | ସେଠାରୁ ପଟ୍ଟାବା ଲି ସlହି ଛକ ଦେଇ, ଟାଉନ୍ ପ୍ଲାନିଂ କଲୋନୀ, ଜିଇଡି କଲୋନୀ , ପିଡବ୍ଲୁଡି କଲୋନୀ ଓ ଏଜେଓ ହାଇସ୍କୁଲ ମୁଣ୍ଡିଆ ସାହିରେ ନଗର ଭ୍ରମଣ କରିବେ । ସେଠାରୁ ମୁଖ୍ୟ ରାସ୍ତାରେ ଶ୍ରୀରାମ ନଗର ରାସ୍ତା ଦେଇ ଗମ୍ଭୀରାକୁ ବିଜେ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି କମିଟି ସଭାପତି ସେନାପତି କହିଛନ୍ତି l ସବୁ ଦିନ ସନ୍ଧ୍ୟାରେ ଆଳତି ଦେଖିବା ପାଇଁ ପ୍ରବଳ ଭିଡ଼ ଜମୁଛି lଏଥିରେ ଆବଶ୍ୟକ ପଡିଲେ ରୁଟରେ ସାମାନ୍ୟ ପରିବର୍ତନ ହୋଇପାରେ ବୋଲି ସମ୍ପାଦକ ସଞ୍ଜିତ ପାତ୍ର ସୂଚନା ଦେଇଛନ୍ତି l ଭ୍ରମଣ ସମୟରେ ବିଭିନ୍ନ ବାଜା ପଟୁଆରରେ ମା ନାରାୟଣୀ ନଗର ଭ୍ରମଣ କରୁଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ସମେତ ପରିଚାଳନା କମିଟି ସମ୍ପାଦକ ସଂଜିତ ପାତ୍ର, ସହ ସମ୍ପାଦକ ଶିବ ପଣ୍ଡା, ନଗର ଭ୍ରମଣ ସଦସ୍ୟ ବିଜୟ କୁମାର ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା,ମହେନ୍ଦ୍ର ସୁବୁଦ୍ଧି,ଆଦିତ୍ୟ ତ୍ରିପାଠୀ, ଠୁକୁନ୍ଦର ସେଠି, ଏବଂ ସ୍ବେଛାସେବୀ ଭାଇ ଓ ଭଉଣୀ ମାନେ ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ଦେଖିବାକୁ ମିଳୁଛି l ଆଜି ସୋମବାର ସନ୍ଧ୍ୟାରେ ଫୁଲବାଣୀ ସହରର ସୁନାମଧ୍ୟନ୍ୟ କଳାକାରଙ୍କୁ ନେଇ ସାଗର ସରଗମ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି ବୋଲି ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହ ସମ୍ପାଦକ ଅଜିତ ମହାରଣା, ବୀଣାପାଣି ପ୍ରଧାନ, ଅର୍ଥ ସମ୍ପାଦକ କମଳ ବେହେରା, ଜଗନାଥ ରାଜୁ,ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି l ସଭାପତି କାବୁଲା ସେନାପତି ଓ ଉପସଭାପତି ସୁଜିତ କୁମାର ବେହେରା ଙ୍କ ବଳିଷ୍ଠ ନେତୃତ୍ୱ ରେ ମା ନାରାୟଣୀ ଙ୍କ ୨୭ତମ ଯାତ୍ରା ବେଶ ଯାକ ଜକମ ର ସହ ଶାନ୍ତି ଶୃଙ୍ଖଳା ଭାବେ ଚାଲିଛି l ଆଗକୁ ମିନlବଜlର, ସହ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ସଭାପତି କାବୁଲl ସେନା ପତି କହିଛନ୍ତି l ସେହିପରି ଯାତ୍ରା ପରିଚାଳନା କମିଟି ର ଅଧକ୍ଷ ତଥା ଉପଜିଲ୍ଲାପାଳ ଭିକାରୀ ସାହୂ ସଦା ସର୍ବଦା ଉପସ୍ଥିତ ରହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେ ଥୀ ପ୍ରତି ସତର୍କ ଦୃଷ୍ଟି ରଖିଥିବା ଜଣା ପଡିଛି l ଅଧ୍ୟକ୍ଷ ଶ୍ରୀ ସାହୁ ଙ୍କ ସୂ ପରିଚାଳନା ଓ ସଠିକ୍ ମାର୍ଗ ଦର୍ଶନ ଯୋଗୁଁ ଯାତ୍ରା ଠିକ୍ ଭାବେ ଚାଲିଥିବା କୁହାଯାଉଛି l

