ଫୁଲବାଣୀ,୧୪।୧୦(ସୁନୀଲ ପଟ୍ଟନାୟକ):ରାତି ପାହିଲେ ନିର୍ବାଚନ, ନିର୍ବାଚନ ମଇଦାନ ରେ ଓହ୍ଲାଇ ଥିବା ପର୍ଥିନୀ ମାନଙ୍କ ହୃଦ୍ ସ୍ପନ୍ଦନ ବଢ଼ିବାରେ ଲାଗିଛି l ସ୍ଥାନୀୟ ସ ଞ୍ଜୟ ସ୍ମୃତି ମହିଳା ମହା ବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନ ରେ ଏ ଭି ବିପି ଓ ବିସି ଜେଡି ମଧ୍ୟରେ କଡାମୁକାବିଲା ହେବ lସଭାନେତ୍ରୀ ପଦବୀ ପାଇଁ ଏଭି ବିପି ସମର୍ଥିତ ସମୀକ୍ଷା ପ୍ରିୟଦର୍ଶନୀ ଓ ବସିଜେଡି ସମର୍ଥିତ ଏଲ ନାରାୟଣୀ ରେଡି ସଭାପତି ଭବେ ପ୍ରତିଦ୍ବନ୍ଦିତା କରୁଛନ୍ତି! ଏଭିବିପି ସମର୍ଥିତ ପ୍ରାଥୀନି ପାଇଁ ରାଜ୍ୟ ଏ ଭିବିପି ପକ୍ଷରୁ ଓ ଜିଲ୍ଲା ଏବିଭିପି, ସାଂସଦ ଙ୍କ ପ୍ରତିନିଧି ସକ୍ରିୟରହି ପାର୍ଥିନୀ କିପରି ଜୀତିବ ସହାୟତା କରୁଛନ୍ତି! ଉଭୟ ଦଳକୁଆଡ଼େ ଭୋଟର ଙ୍କୁ ଖୁସି କରିବା ପାଇଁ ଗୁପଚୁପ, ବିରିୟାନୀ ଦେଉଛନ୍ତି l ନୟାଗଡ଼ ରୁ କୁଆଡେ ଏକ ମମସ ବିକ୍ରେତାକୁ ଆଣି ଛାତ୍ରୀ ମାନଙ୍କୁସେମାନଙ୍କ ପ୍ରିୟ ମମସ ମାଗଣା ଯୋଗାଉ ଛନ୍ତି! ଏଭିବିପି ପ୍ରାଥୀନି ସମୀକ୍ଷା ପ୍ରିୟଦର୍ଶନୀ ର ପ୍ରଭାବ ଭଲ ଥିବାଶୁଣିବା କୁ ମିଳୁ ଛି! ଛାତ୍ର ବିଜେଡ଼ି ର ଆଗରୁ ଏହି କଲେଜ ରେ ଦବଦବା ଥିଲା! ଏବେ ଅଢେଇ ବର୍ଷ ମଧ୍ୟରେ କଲେଜ ରେ ଏ ଭି ବିପି ର ସଂଘଠନ କିଛିଟା ସକ୍ରିୟ ହୋଇଛି! ତଥାପି ବି ସି ଜେ ଡି ର ପ୍ରାର୍ଥୀ ଙ୍କ ହଷ୍ଟେଲ ଛାତ୍ରୀ ଙ୍କ ସହ ସୁ ସମ୍ପର୍କ ରହିଛି l ସେ ଭଲ ଭୋଟ ବ୍ୟବଧାନ ରେ ଜିତିବେ ବୋଲି ଦାବି କରୁଛନ୍ତି l ଏବେ ଛାତ୍ରୀ କଂଗ୍ରେସ ସଂଘଠନ ସେତେ ନାହିଁ! ଏହି କଲେଜ ର ପ୍ରତିଷ୍ଠାତା କଂଗ୍ରେସ ସାଂସଦ ଥିଲେ! ପୁର୍ବରୁ କଂଗ୍ରେସ କଲେଜ କହୁଥିଲେ! କିନ୍ତୁ ଚଳିତ ବର୍ଷ ଛାତ୍ର କଂଗ୍ରେସ ସଭାପତି ପ୍ରାଥୀନି ଟିଏ ଦେଇ ପାରିଲେ ନାହିଁ! କନ୍ଧମାଳ ପାଇଁ ଛାତ୍ର କଂଗ୍ରେସ ସଭାପତି କିମ୍ବା ଯୁବ କଂଗ୍ରେସ ସଭାପତି ଚୟନ ହୋଇନଥିବାରୁ ସଙ୍ଘଠନ ସୁଦୃଢ଼ ହୋଇପାରିନି ବୋଲି କୁହାଯାଇଛି l ସଭାପତି ପଦବୀ ହାତେଇବା ପାଇଁ ଦୁଇ ଜଣ ଜୋରଦାର ଲବି କରୁଛନ୍ତି l ତେବେ କିଏ ଯିତିବ ଓ କିଏ ହାରିବ ଗୁରୁବାର ଭୋଟ ଗଣତି ପରେ ସ୍ପଷ୍ଟ୍ ହୋଇଯିବ l

