ଫୁଲବାଣୀ,୧୨/୦୫,(ସୁନୀଲ ପଟ୍ଟନାୟକ):ଅବ୍ୟବସ୍ଥା ର ଗନ୍ତା ଘର ପାଲଟିଛି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କହିଲେ ଭୁଲ ହେବନି। ଜେନେରାଲ ମେଡ଼ିସିନ୍ ୱାର୍ଡ଼ ର ଅବ୍ୟବସ୍ଥା ସଂପର୍କରେ ନ କହିବା ଭଲ l ଜେନେରେଟର ଅଛି ହେଲେ ଡିଜେଲ ନାହିଁ କହି ଚ ଲା ଯାଉନି l ଲାଇଟ ଚାଲିଗଲେ ୱାର୍ଡ଼ ସାରା ଅନ୍ଧାର , ରୋଗୀ ଓ ରୋଗୀ ଙ୍କ ସମ୍ପର୍କୀୟ ମାନେ ଯିଏ ଯାହାର ମୋବାଇଲ୍ ର ଫ୍ଲାସ ଲାଇଟ୍ ପକେଇ ବସିଛନ୍ତି। ଯାହା ତ ଗରମ, ତା ଉପରେ କରେଣ୍ଟ ନାହିଁ। ଏତେ ବଡ଼ ଡାକ୍ତର ଖାନାରେ ଜେନେରେଟର ର ସଠିକ ବ୍ୟବସ୍ଥା ନାହିଁ। ଗରମ ରେ ରୋଗୀ ମାନେ ହନ୍ତ ସନ୍ତ ହେଉଛନ୍ତି। ଆଉ ଏ ସବୁ ଦେଖି ହେଉନି। ସେପଟେ ଅନ୍ଧାର ଯୋଗୁଁ ଡାକ୍ତର କି ନର୍ସ ଙ୍କୁ ଡାକିଲେ ଆସୁନାହାନ୍ତି l ଲାଇଟ୍ ଆସୁ ଦେଖିବା ବୋଲି କହୁଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ ସ୍ଥାୟୀ ଭାବେ କେହିନାହାଁନ୍ତି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଏ ଡି ଏମ୍ ଓ ଅଛନ୍ତି ଦାୟିତ୍ୱରେ ହେଲେ ସେ ସବୁଦିନ ଟୁର ରେ ବାହାରକୁ ଯାଇ ଭଲ ଦୁଇ ପଇସା କମାଇ ବାରେ ବ୍ୟସ୍ତ୍ କୁଆଡ଼େ ବୋଲି ଶୁଣିବାକୁ ମିଳୁଛି l ଗତ କାଲି ପଦ୍ମଶ୍ରୀ ତାଡି ସରୁ ବାଇ ଅସୁସ୍ଥ ହୋଇପଡ଼ିବା ଫଳରେ ସଦର ମହକୁମା ଡାକ୍ତର ଖାନl ରେ ଭର୍ତ୍ତି ହୋଇଥିଲେ ତେବେ ନା ଡାକ୍ତର ତାଙ୍କର ଭଲ ଭାବେ ଚିକିତ୍ସା କଲେ ନା ତାଙ୍କର ଆଲଟ୍ରା ସାଉଣ୍ଡ କଲେ ଶେଷରେ ସେ ଘରକୁ ଫେରି ଯାଇଥିବା ଜଣାପଡିଛି l ଜିଲ୍ଲା ପ୍ରସାଶନ ଏହାର ସମାଧାନ ଶୀଘ୍ର ନ କଲେ ବିଭିନ୍ନ ସଙ୍ଗଠନ ମିଶି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଜିଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି l

