ଚିକିଟୀ,୧୫/୪:(ନିଗମାନନ୍ଦ ପଣ୍ଡା): ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ଆୟୁଷ୍ମାନ ଆରେ।ଗ୍ୟ ମନ୍ଦିରର ଶୁଭ ଉଦଘାଟନ କରିଛନ୍ତି ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନା ସେଠୀ। ସୂଚନା ଅନୁସାରେ ୨୦୨୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ବଡ଼ପଲଙ୍କ ସ୍ଵାସ୍ଥ୍ୟ ଉପକେନ୍ଦ୍ର ନାମ ରେ ଭିତି ପ୍ରସ୍ତର ସ୍ଥାପନ ହୋଇଥିବା ନେଇ ଫଳକ ଲାଗିଥୁବା ଦେଖୁବାକୁ ମିଳିଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନାମ ପରି ବର୍ତ୍ତନ ହୋଇ ହୋଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମରେ ବୁଧବାର ଦିନ ଏହାକୁ ଚିକିଟୀ ବ୍ଲକ ବ୍ଲକ ଅଧ୍ଯକ୍ଷ ଆପନା ସେଠୀ ଉଦଘାଟନ କରିଛନ୍ତି ଉଦଘାଟନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ଯକ୍ଷ ବି ରେଣୁକାମ୍ମା , ସ୍ଥାନୀୟ ସରପଞ୍ଚ ବରିଷ୍ଠ ବିଜେଡି ଜ୍ୟୋତି ରେଡ୍ଡୀ, ସଂଗଠନ ସୁରେନ୍ଦ୍ର ମଣ୍ଡଳ, ପିତା ତଳି ସରପଞ୍ଚ ରାଙ୍ଗା ରେଡ୍ଡୀ, ଜିହ୍ୱା ରେଡି, ମହେନ୍ଦ୍ର ପ୍ରଧାନ,ଉମା ରେହ୍ମୀ, ଅମୁଲ୍ୟ ବେହେରାଙ୍କ ସହିତ ବହୁ ସରପଞ୍ଚ, ସମି ସମିତି ସଭ୍ୟ ଓ ଓ ସଭ୍ୟା ସ ଉପସ୍ଥିତ ଥିଲେ I କାର୍ଯକ୍ରମରେ ବହୁ ଗ୍ରାମବାସୀ ଉପସ୍ଥିତ ସହଯୋଗ କରିଥିଲେ I

