ଫୁଲବାଣୀ,୧୯/୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ସମ୍ମାନୀତ ଅତିଥି ଭାଵେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସଭାପତି ତଥା ବରିଷ୍ଠ ପୁରୋହିତ ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ କୁମାର ରାଉଳ, ଉପଦେଷ୍ଠା ଡ଼ଃ ମଧୁ ସୁଦନ ମହାପାତ୍ରପ୍ରମୁଖ ମଞ୍ଚାସୀନ ଥିଲେ l ସର୍ବ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଆମନ୍ତ୍ରିତ ଅତିଥି ଗଣ, ଜିଲ୍ଳା ସମ୍ପାଦକ ମନ୍ମଥ କୁମାର ରାଉଳ ସଂଘର ବିବରଣୀ ପଠନ କରିଥିଲେ, ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥିଗଣ ନିଜ ବକ୍ତବ୍ୟ ରେ ବରିଷ୍ଠ ନାଗରିକ ନିଜକୁ ବୟସ ର ଅପରାହ୍ନ ନଭାବି ଶିକ୍ଷା, ସ୍ଵାସ୍ଥ୍ୟ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଆଦି ଜନ ସଚେତନତା ଭଳି ସାମାଜିକ କାର୍ଯ୍ୟରେ ନିଜ କୁ ନିୟୋଜିତ କରି ଆଗlମୀ ପିଢ଼ି କୂ ଦିଗ୍ ଦର୍ଶନ ଦେବାକୁ କହିଥିଲେ l ପ୍ରସାଶନ ସବୁ ବେଳେ ସବୁ ସମୟ ରେ ବରିଷ୍ଠ ନାଗରିକ ଙ୍କୁ ସାହଯ୍ୟଓ ସହଯୋଗ ର ହାତ ବଢ଼େଇବାକୁ ପ୍ରତିଶ୍ରୁତି ଦେଇଥିଲେ, ଶେଷରେ ସଂଘର ଆବାହକ ତଥା ବରିଷ୍ଠ ସାମ୍ବାଦିକ ପ୍ରକାଶ ନାୟକ ଆମନ୍ତ୍ରିତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଅଞ୍ଚଳ ର ବହୁ ବରିଷ୍ଠ ନାଗରିକ ବୁଦ୍ଧିଜିବୀ ସାମ୍ବାଦିକ ଯୋଗଦେଇ ଥିଲେ l

