ଫୁଲବାଣୀ,୦୭/୦୭(ସୁନୀଲ ପଟନାୟକ):ଦୀର୍ଘ ସପ୍ତାହେ ବ୍ୟାପୀ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷା ଗତ କାଲି ଠୁ ଥମିଛି l ହେଲେ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମିନି l ବିଶେଷ କରି ୬ନମ୍ବର ୱାର୍ଡ ର ଅନେକ ଘରେ ବର୍ଷା ଜଳ ପଶି ଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଲୋକଂକ ମୂଲ୍ୟ ବାନ ଆସବାବ ପତ୍ର ନଷ୍ଟ ହୋଇଯାଇଛି l ଡ୍ରେନ ସମସ୍ୟା ଯୋଗୁଁ ବର୍ଷା ପାଣି ନିଷ୍କାସିତ ହୋଇ ନ ପlରି ଲୋକଂକ ଘର ଭିତରେ ପଶି ଥିଲା l ଆଣ୍ଠୁ ଏ ପାଣି ହୋଇଯିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଥିଲେ l ଖବର ପାଇ ଦେବ ଦୂତ ପରି ସ୍ଥାନୀୟ ସମାଜ ସେବୀ,କାଉନସିଲର ତଥା ଆଇନଜୀବି ରମେଶ ମହାନ୍ତି କୋଡ଼ି, କୋଦାଳ, ପାଣି ମୋଟର, କିଛି ଶୁଖିଲା ଖାଦ୍ୟ ଆଦି ଧରି ଅସୁବିଧାରେ ଥିବା ସମସ୍ତ ଲୋକଂକ ଘରକୁ ଯାଇ ନିଜେ ପାଣି ବାହାର କରି ଥିଲେ l ଫଳରେ ୱାର୍ଡ ବାସିନ୍ଦା ଖୁସି ବ୍ୟକ୍ତ କରିବା ସହ କାଉନସିଲର ହେବ ତ ଏମିତି ବୋଲି କହିଥିଲେ l ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯାୟ କିମ୍ବା ଅସୁବିଧାରେ ଥିବା ସମସ୍ତ ଲୋକ ଦଳ ଗତ ନିର୍ବିଶେଷ ରେ ସମସ୍ତ ଙ୍କୁ ସହଯୋଗ ର ହାତ ବଢ଼ାଇ ଯଥା ସମ୍ଭବ ସାହାଯ୍ୟ କରନ୍ତି ରମେଶ l ସେ ଟିମ୍ ହ୍ୟୁମlନିଟି ନାମକ ସଂସ୍ଥା ଗଢି ବିଭିନ୍ନ ସମୟ ରେ ପୁରସ୍କୃତ ହୋଇଛନ୍ତି l ଯେ କୌଣସି ସମୟରେ ଯେ କେ ହି ସାହାଯ୍ୟ ଲୋଡ଼ନ୍ତି ତାଙ୍କୁ ସେ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି l

