ବୁଗୁଡା,୮।୭(ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର ):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟର ରେଡ କ୍ରସ ଶାଖାର ରେଡ ରିବନ କ୍ଲବ ତରଫରୁ ଏଡସ୍/ଏଚ.ଆଇ.ଭି ସଚେତନତା ଉପରେ ଏକ କର୍ମଶାଳା ଓ ରାଲି ଆୟୋଜିତ ହୋଇଯାଇଛି | ଏଥିରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କାନ୍ତ ଦାସଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତହୋଇ ଥିବାବେଳେ ଅତିଥି ଭାବେ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସହିତ ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଡ଼କ୍ଟର ଜଗଦିଶ ଚନ୍ଦ୍ର ପାଲ୍,ପ୍ରାଧ୍ୟାପକ ଡ଼କ୍ଟର ଶିଶିର କୁମାର ନାୟକ,କିଶୋର ଚନ୍ଦ୍ର ପଣ୍ଡା, ସୁଜାତା କୁମାରୀ ପଟନାୟକ, କାହ୍ନୁଚରଣ ଦାସ, ସଞ୍ଜୟ କୁମାର ପାତ୍ର, ପ୍ରେମାନନ୍ଦ ପ୍ରଧାନ ଯୋଗ ଦେଇଥିଲେ | କର୍ମଶାଳାରେ ଯୋଗ ଦେଇଥିବା ଅତିଥି ମାନେ ଏଚଆଇଭି ଓ ଏଡସ ରୋଗର କାରଣ, ଭୟାଭୟତା ଓ ତାର ପ୍ରତିଷେଧକ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ପୂର୍ବରୁ ଏଥି ସମ୍ପର୍କିତ ବକ୍ତୃତା, ସଂଗୀତ ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ରେଡ କ୍ରସ ଶାଖାର କାଉନସିଲେର୍ ସ୍ମିତା ରାଣୀ ସାହୁ ପରିଚାଳନା କରିଥିଲେ ଶେଷରେ ସହ କାଉନସିଲେର୍ ଜ୍ଞାନ ଚାନ୍ଦ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେସହଯୋଗ କରିଥିଲେ| ଏଥିସହ ବନୋମହୋତ୍ସବ ସପ୍ତାହ ଅବସରରେ ସପ୍ତାହ ବ୍ୟାପି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଚାରା ରୋପଣ କରା ଯାଇଥିଲା |

