ଫୁଲବାଣୀ,୦୩।୧୧(ସୁନୀଲ ପଟ୍ଟନାୟକ):ମଙ୍ଗଳବାର କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଓ ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣିତା ଦାସ ଆଇ ଏ ଏସ ଦୁହେଁ ମିଶି ରାଇକିଆ ବ୍ଲକ୍ ର ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ ପାଇଁ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିବା ସହ ଲୋକଂକ ସହ ସେମାନଙ୍କ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ l ଆଉ ସେଠାରେ ସେମାନଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ l ଏପରିକି ଏସ ପି ରମେନ୍ଦ୍ର ପ୍ରସାଦ ଓ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତl ଦାସ ନିଜେ ଥଳିର୍ଧରି ଲାଇନ୍ ରେ ଛିଡ଼ା ହୋଇ ଖାଦ୍ୟ ଆଣି ଲୋକଂକ ସହ କଥା ବାର୍ତ୍ତା ହୋଈ ଖାଇଥିଲେ l ଜିଲାର ବରିଷ୍ଠ ଅଧିକାରୀ ହୋଇ ସୁଦ୍ଧା ଟିକିଏ ବି କୁଣ୍ଠା ବୋଧ ନ କରି ଖୁସିରେ ତଳେ ବସି ସେମାନଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟ ଖାଇଥିଲେ l ଚାହିଁଥିଲେ ସେମାନେ ଡାଇନିଂ ରେ ବସି ସ୍ଵତନ୍ତ୍ର ଭାବେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଖାଇପlରିଥlନ୍ତେ କିନ୍ତୁ ନ ଖାଇ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଖାଇ ନିଜର ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି l ଏସପି ଓ ଉପଜିଲ୍ଲାପାଳ ସେମାନଙ୍କ ସହ ମିଶି ଖାଇବାରୁ ସେଠାରେ ଥିବା ଅନ୍ତେବlସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଫଳରେ ଅଧିକାରୀ ବେବ ତ ଏମିତି ବୋଲି କହିଛନ୍ତି l

