ଫୁଲବାଣୀ,୦୨।୧୧(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲା ବାତ୍ୟା ଅର୍ଣ୍ଣବ ପରିଚାଳନା ଦାୟିତ୍ୱ ରେ ଥିବା ରାଜ୍ୟ ପଂଚାୟତ ରାଜ, ପାନୀୟ ଜଳ ମନ୍ତ୍ରୀ ରବୀ ନାରାୟଣ ନାୟକ କିପରି ସୂ ପରିଚଳନl କଲେ ସମସ୍ତେ ଜାଣନ୍ତି l ତେବେ ତାଙ୍କର କିନ୍ତୁ ଭଲ ବ୍ୟବସ୍ଥା କରିଛନ୍ତି ସୁରକ୍ଷା କର୍ମୀ l ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ରେ ଲୋକଂକ ସ୍ଥିତି ଅନୁଧ୍ୟାନ କରିବା ବେଳେ ତାଙ୍କ ର ସ୍ଥିତି ଖରାପ ହୋଇ ଯାଇଥିଲା ଫଳରେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା କର୍ମୀ ଙ୍କ ପିଠିରେ ଲାଉ ହେଇ କାଦୁଅ ରାସ୍ତା ପାର ହେବାକୁ ପଡ଼ିଥିଲା l କାରଣ ଏଭଳି କାଦୁଅ ରାସ୍ତାରେ ଚାଲିକି ଯିବା ଅଭ୍ୟାସ ନାହିଁ l କାଳେ ଗୋଡ ଖସିଯିବ ଆଉ ପଡ଼ିଯିବା ଭୟ ରେ ସେ ସୁରକ୍ଷା କର୍ମୀ ଙ୍କ ପିଠିରେ ଲାଉ ହୋଇ ସୁରକ୍ଷିତ ଭାବେ ଆସିଥିଲେ l ମନ୍ତ୍ରୀ ଙ୍କ ଏହି ଭିଡିଓ ଭାଇରାଲ ହେବା ରେ ଲାଗିଛି l କଂଗ୍ରେସ ନେତା ପ୍ରତାପ କୁମାର ପ୍ରଧାନ ଏହାର ସମାଲୋଚନା କରି ଛନ୍ତି l ମନ୍ତ୍ରୀ ନାୟକ ଙ୍କ କୁଆଡ଼େ ଦାମୀ ଜୋତା ରେ କାଦୁଅ ଲାଗି ଖରାପ ହୋଇଯିବ ବୋଲି ଲାଉ ହେଇ ଆସିଲେ ବୋଲି କହିଛନ୍ତି l ସେହିପରି ବାତ୍ୟା ବେଳେ ପ୍ରଶାସନିକ ଅଧିକାରୀ ମାନେ ମନ୍ତ୍ରୀ ଙ୍କ ସୁରକ୍ଷା ଓ ସେବାରେ ଅଧିକ ସମୟ ଓ ଧ୍ୟାନ ଦେବା ଫଳରେ ସ୍ଥିତି ବିଗିଡି ଗଲା ଓ ଲୋକଂକ ଦୁର୍ଦ୍ଦଶା ବଢ଼ିଗଲା ବୋଲି କଂଗ୍ରେସ ନେତା ପ୍ରତାପ କୁମାର ପ୍ରଧାନ ଆହୁରି କହିଛନ୍ତି l

