ନୂଆପଡ଼ା: ୨୩/୦୩ 🙁 ପରମେଶ୍ୱର ମେହେର) ମାଆ ରୋଗରେ ପୀଡିତ ହୋଇ ମୃତ୍ୟୁ କଲା ପରେ ବାପା ୨ ଜଣ ଝିଅ ଙ୍କ ପ୍ରତିପୋଷଣ ଚିନ୍ତାରେ ଥିଲେ ବାପା l କିନ୍ତୁ ଭାଗ୍ୟ କେତେବେଳେ ସଂସାର ଅଜାଡି ଦିଏ ତାହା କଳ୍ପନା କରିହୁଏ ନାହିଁ l ଏଭଳି ଦେଖିବା କୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲାର୍କା ପଞ୍ଚାୟତ ର ଅନକାପୁର ଗ୍ରାମର ର ପରିବାର କହିଲେ ହେମଳତା ଗୋଆଲ (୨୨)ପିତା ଅମର ଗୋଆଲ (୬୫) ଏବଂ ନମନ୍ତୀ ଗୋଆଲ (୧୮ ) l ମାଆ କୌଣସି ରୋଗ ରେ ମୃତ୍ୟୁ ବରଣ କଲା ପରେ ବାପା ପରିବାର ପ୍ରରିପୋଷଣ ପାଇଁ ତେଲେଙ୍ଗାନା କୁ ଦାଦନ ଯାଇ ସେଠାରେ ଚଳିତ ମାର୍ଚ୍ଚ ମାସର ୧୭ ତାରିଖ ରେ ମୃତ୍ୟୁ ବରଣ କରିଲେ l ଏବେ ଚିନ୍ତା ରେ ୨ ଭଉଣୀ l ଜନ୍ମ ରୁ ଦିବ୍ୟାଙ୍ଗ ହେଇଥିବାରୁ ଭଉଣୀ ର ଯତ୍ନ ପାଇଁ ଜଣେ ସାନ ଭଉଣୀ ପାଠ ପଢା ବନ୍ଦ କରି ଦେଇଛନ୍ତି l ସରକାରୀ ସହାୟତା କହିଲେ ରାସନ କାର୍ଡ ଏବଂ ଦିବ୍ୟାଙ୍ଗ ଭତା ବାର ଶହ ଟଙ୍କା ମିଳିଲେ ଖାଇବା କୁ ଚୁଲି ଜଳେ ନହେଲେ ଭୋକ ଉପାସ ରେ ଦିନ ବିତାଇ ଥାନ୍ତି l ଏହି ଟଙ୍କା ରେ ପରିବାର ଚଳାଇବା କଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି l ତେଣୁ ଦିବ୍ୟାଙ୍କ ହେମଳତା ଗୋଆଲକୁ ୮୦% ମିଳିବା ବଦଳ ରେ ମିଳିଛି ୬୦% ତେଣୁ ପୁଣି ଥରେ ବିକଳାଙ୍ଗ ଶିବିର କୁ ଆଣି ୮୦% କରି ଦିବ୍ୟାଙ୍ଗ କୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇ ଦେବା ସହ ଜଣେ ସାନ ଭଉଣୀ ନମନ୍ତୀ ର ପାଠ ପଢା ର ବ୍ୟବସ୍ଥା କରା ନ ଗଲେ ତେବେ ଆଗାମୀ ଦିନରେ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ଦେଖା ଦେବ ବୋଲି ସୂଚନା କର୍ମୀ କ୍ଷୀରସିନ୍ଧୁ ସଗରିଆ ଦାବୀ କରିଛନ୍ତି l

