ବୁଗୁଡ଼ା,୨୦।୮(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ସ୍ଥାନୀୟ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନତା ବା (ଏସ୍.ଆଇ.ଆର)କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବାବେଳେ ବୁଗୁଡ଼ା ତହସିଲଦାର ଶ୍ରୀଯୁକ୍ତ ତାପସ କୁମାର ରାଉତ ଏବଂ ବୁଗୁଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦ୍ୱିତୀକୃଷ ପାତ୍ର ଓଡିଶା ସରକାରଙ୍କ ଏସ୍. ଆଇ. ଆର କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନଙ୍କୁ ଭୋଟର ସ୍ଵାକ୍ଷରତା ସମନ୍ଧିୟ ସଚେତନତା ମୂଳକ ପରାମର୍ଶ ପ୍ରଦାନ ପୁର୍ବକ ବକ୍ତବ୍ୟ ରଖିଥିଲେ ଯେ ଆଜିକାର ନୂତନ ପିଢ଼ିର ଛାତ୍ରଛାତ୍ରୀ ବିଶୁଦ୍ଧ ନିର୍ବାଚନ ଓ ଗଣତନ୍ତ୍ର ପ୍ରତିଷ୍ଠାର ନିର୍ମାତା ହୋଇପାରିବେ ଏତଦବ୍ୟତୀତ ଯୁକ୍ତଦୁଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ , ଅଧ୍ୟାପକ ଶ୍ରୀ ଅମୀୟ କୁମାର ସ୍ୱାଇଁ,ଡ଼କ୍ଟର ଏ. ଜିତେଶ ରାଓ ଦୋରା,ମିନତୀ ଆଚାରୀ,ପ୍ରେମାନନ୍ଦ ପ୍ରଧାନ ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ପ୍ରମିଳା ବେହେରା, ଏ. ଶିବାନୀ ଦେବି ଆଚାରୀ, ଉମା ଶଙ୍କର ଗୌଡ଼, କୃଷ୍ଣଚନ୍ଦ୍ର ନାହାକ, ସିମାଞ୍ଚଳ ଗୌଡ଼, ଏନ ମୁଦୁରାଜୂ ଦୋରା, ନବଘନ ପ୍ରଧାନ, ଶୁଭଲଷ୍ମୀ ଖାଡ଼ଙ୍ଗା, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନାଇକ, ସନାତନ ନାୟକ ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ ତଥା ପୂର୍ବତନ ଡ଼କ୍ଟର ଏ. ଜିତେଶ ରାଓ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

