ଫୁଲବାଣୀ,୨୦।୯(ସୁନୀଲ ପଟ୍ଟନାୟକ):ରବିବାର ଫୁଲବାଣୀ ସହରର ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଫୁଲବାଣୀ ଠାରେ ମାଇ ଭାରତ କନ୍ଧମାଳ ତରଫରୁ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ୧୦୦ ସପ୍ତାହ ନିଶାମୁକ୍ତ ଯୁବ ଅଭିଯାନ ଅନୁଷ୍ଠିତ ହୋଇଯାଇଛିl ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଭାରତୀୟ ବାୟୁ ସେନା ଅଧିକାରୀ ଡ ବ୍ରଜ ମୋହନ ରଥ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଆଇନ ଯିବି ବିଜୟ କୃଷ୍ଣ ପଟ୍ଟନାୟକ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଫୁଲବାଣୀ ର ସତ୍ୟ ବ୍ରତ ବାରିକ, ଏବଂ ମାଇ ଭାରତ କନ୍ଧମାଳ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର , ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯ କ୍ରମ ଦୁଇ ସହ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ l ଅନୁଷ୍ଠିତ କାର୍ଯ କ୍ରମ ରେ ନିଶା ଦ୍ରବ୍ୟ ରୁ ଦୁରେ ଇ ଯୁବକ ମାନେ କିପରି ବିକଶିତ ଭାରତ ଗଠନ ରେ ସହ ଭାଗି ହେବେ ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ଥିଲା l ଉପସ୍ଥିତ ଅତିଥି ବୃନ୍ଦ ଅନୁଷ୍ଠିତ କାର୍ଯ୍ୟକ୍ରମ ର ବିଷୟ ବସ୍ତୁ ଉପରେ ଆଲୋକ ପାତ କରିଥିଲେ l ଏହି ଦିବସରେ ସ୍ଳୋଗାନ, ଶପଥ ଗ୍ରହଣ, ଦସ୍ତଖ ତ୍ ଅଭିଯାନ ଇତ୍ୟାଦି ଯୁବ ଭାଇ ଓ ଭଉଣୀ ମାନଙ୍କ ମଧରେ ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ସମସ୍ତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ସ୍ଳୋଗାନ ପ୍ରତିଯୋଗିତା ରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରା ଯାଇ ଥିଲା l ବୈଠକ ରେ ମାଇ ଭାରତ କନ୍ଧମାଳ ର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରି ଥିବା ବେଳେ ସତ୍ୟବ୍ରତ ବାରିକ୍ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

