ରାୟଗଡ,୭।୮(ଅମୂଲ୍ୟ ନିଶଙ୍କ):ଲୋକସେବା ପ୍ରତି ନିଷ୍ଠା, ସ୍ୱଚ୍ଛ ଶାସନ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଗେଇ ଚାଲିଥିବା ବିଜୁ ଜନତା ଦଳ ଓଡିଶା ପ୍ରତି ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ଅଧିକ ସୁଦୃଢ଼ ହେବା ର ଦେଖିବାକୁ ମିଳୁଛି । ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପୂର୍ବତନ ପ୍ରଶାସନିକ ଅଧିକାରୀ, ଓଡ଼ିଶା ମାଟିର ଝିଅ ତଥା ମହିଳା ସଶକ୍ତିକରଣର ସୂତ୍ରଧର ଶ୍ରୀମତୀ ସୁଜାତା ରାଉତଙ୍କ ବିଜୁ ଜନତା ଦଳରେ ଯୋଗଦାନ।ବିଜେଡି ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦୂରଦର୍ଶୀ ନେତୃତ୍ୱ, ମାନବିକ ଚିନ୍ତାଧାରା ଓ ବିକାଶମୂଳକ ରାଜନୀତି ପ୍ରତି ଆସ୍ଥା ପ୍ରକାଶ କରି ତାଙ୍କର ଏହି ଯୋଗଦାନ କେବଳ ଦଳ ପାଇଁ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରା ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ ବୋଲି ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗନ୍ନାଥ ଶାରକା ଏବଂ ରାଜ୍ୟ ବିଜେଡିର ଉପସଭାପତି ଶ୍ରୀ ସୁଧୀର ଦାସ ସୁଜାତା ରାଉତ ଙ୍କୁ ଶଙ୍ଖ ଭବନ ରେ ସୌଜନ୍ୟମୂଳକ ସାକ୍ଷାତକାର କରି କହିଛନ୍ତି । ଏଥିରେ ଆମ ରାୟଗଡ଼ା ଜିଲ୍ଲାର ବର୍ତ୍ତମାନର ସାମାଜିକ, ସାଂଗଠନିକ ଓ ରାଜନୈତିକ ପରିସ୍ଥିତି ସହ ଲୋକଙ୍କ ମୌଳିକ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ପାଇଁ ଗଠନମୂଳକ ଆଲୋଚନା କରାଯାଇଥିଲା। ସଂଗଠନକୁ ଆହୁରି ସୁଦୃଢ଼ କରିବା, ଯୁବଶକ୍ତିଙ୍କୁ ନେତୃତ୍ୱରେ ସାମିଲ କରିବା, ମହିଳା ସଶକ୍ତିକରଣକୁ ଅଧିକ ବେଗବାନ କରିବା, ମତ୍ସ୍ୟଜୀବୀ ସମାଜର ଜୀବନଜୀବିକାର ଉନ୍ନତି ଏବଂ ସ୍ଥାନୀୟ ବିକାଶକୁ ନୂଆ ଦିଗ ଦେବା ପାଇଁ ବିଭିନ୍ନ ରଚନାତ୍ମକ ପଦକ୍ଷେପ ଉପରେ ମତ ବିନିମୟ ହୋଇଥିଲା ବୋଲି ସୂଚନା ମିଳିଛି । ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ ବିଜେଡି କିପରି ନିଜର ବିଜୟ ବାନା ଉଡାଇବ ସେହି ବିଷରେ ଆଲୋଚନାହେବା ସହିତ ରାୟଗଡ ଜ଼ିଲ୍ଲା ରେ ବିଜେଡି କୁ ଶକ୍ତିଶାଳୀ କରିବା ନିମନ୍ତେ ରାୟଗଡ ଜ଼ିଲ୍ଲା ଗସ୍ତରେ ଆସିବା ନିମନ୍ତେ ସୁଜାତା ରାଉତ ଙ୍କୁ ନିମନ୍ତ୍ରଣ କରାଯାଉଥିଲା l ଠିକ ସମୟରେ ରାୟଗଡ ଜ଼ିଲ୍ଲା ଗସ୍ତ କରିବା ନିମନ୍ତେ ସୁଜାତା ସମ୍ମତି ପ୍ରକାଶ କରିଥିବା ର ଜଣାପଡିଛି l

