ଖଜୁରୀପଡ଼ା,୧୮।୦୭(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବିଦାୟୀ ଗୋଷ୍ଟି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଏବଂ ବିଦାୟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣୀ ମଲିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବା ସହିତ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶିବାରାଣୀ ମଲିକଙ୍କୁ ସ୍ୱାଗତ ଜଣାଇଥିଲା ଖଜୁରୀପଡା ପ୍ରାଥମିକ ଶିକ୍ଷକ ସଂଘ। କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ ସଭାପତି ଗୋପୀନାଥ ପ୍ରଧାନ, କୋଷାଧକ୍ଷ ବଂଶୀଧର ନନ୍ଦ ଏବଂ ଏନପିଏସ ସଂଘ ସଭାପତି ରଘୁନାଥ କହଁର, ଉପସଭାପତି ସୁନୀଲ କୁମାର ବେହେରା, ସମ୍ପାଦକ ଅମୀୟ କୁମାର ମହାନନ୍ଦ, ସିଆରସିସି ଅଶୋକ କୁମାର ମଲିକ, ପ୍ରଭାତ ପ୍ରଧାନ, ଅଶୋକ ପଟ୍ଟନାୟକ, ଭୀମସେନ କହଁର, କୁମ୍ କୁମ୍ ଆଚାର୍ଯ୍ୟ,, ଅଜିତ ପ୍ରଧାନ ପ୍ରମୁଖ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଅଲେଖ କୁମାର ଦାସ ପରିଚାଳନା କାଟିଥିବା ବେଳେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

