ଫୁଲବାଣୀ,୨୯/୦୪,(ସୁନୀଲ ପଟ୍ଟନାୟକ):ବୁଧବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ୍ ତଥା ଏଫ୍ ଟି ଏସ ସି ବିଚାର ପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଂବାଡ଼ି ଥାନା ଅଞ୍ଚଳ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଜହନ ମଙ୍ଗଲି କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ୧ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଜହଁନ ଦାରିଂବାଡ଼ି ଅଞ୍ଚଳ ର ଜଣେ ନାବାଳିକା କୁ ଵିଵାହ ପ୍ରତିଶ୍ରୁତି ଦେଇ ନିଜ ଗ୍ରାମ କୁ ନେଇ ବାରମ୍ବାର ଦୁଷ୍କର୍ମ କରି ଥିବା ନେଇ ନାବାଳିକା ଜଣକ ଘରକୁ ଫୋନ୍ ରେ କହିବା ପରେ ପରିବାର ଲୋକେ ଏ ନେଇ ଦାରିଂବାଡ଼ି ଥାନାରେ ଏତଲା ଦେଇଥିଲେ l ଦାରିଂବାଡ଼ି ପୋଲିସ ୯୨/୧୫/୦୫/୨୫ରେ ମାମଲା ରୁଜ୍ଜୁ କରି ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ବୁଧ ବାର ଡାକ୍ତର ସମେତ ୧୪ଜଣ ସାକ୍ଷୀ ପ୍ରମାଣ କୂ ଭିତ୍ତି କରି ମାନ୍ୟବର ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି l ସେହିପରିପୀଡ଼ିତl ନାବାଳିକା କୁ ୫ଲକ୍ଷ ଟଂକା କ୍ଷତି ପୂରଣ ପାଇଁ ଡି ଏଲ ଏସ ଏ କୁ ନିର୍ଦେଶ ଦେଇଛନ୍ତି l ଏହି ମାମଲା କୁ ସ୍ୱତନ୍ତ୍ର ପି ପି ରାଜ କୁମାର ବେହେରା ପରିଚାଳନା କରୁଥିବା ବେଳେ ଦାରିଂବାଡ଼ି ଥାନା ର ଏସ ଆଇ ଲକ୍ଷ୍ମୀ ମଞ୍ଜରୀ ତଦନ୍ତ କରୁଥିଲେ l

