ଫୁଲବାଣୀ ୨୩/୦୩(ସୁନୀଲ ପଟ୍ଟନାୟକ) ଫୁଲବାଣୀ ର ବିଜୁ ପଟ୍ଟନାୟକ ଛକ ରେ ଥିବା ବୟନିକା ସମ୍ମୁଖ ରେ ବିଶ୍ଵ ଜଳ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ଜଳ ସଂରକ୍ଷଣ ସମ୍ପର୍କିତ ଏକ ପାଲା ପରିବେଷଣ କରି ସଚେତନତା ସୃଷ୍ଟି କରଯାଇଥିଲା l ଏଥିରେ ରେଜିଷ୍ଟ୍ରାର ସିଭିଲ କୋର୍ଟ ପ୍ରିୟ ରଞ୍ଜନ ଓଝା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭାର ପ୍ରା ପ୍ତ ସଚିବ ଶ୍ରୀମତୀ ବିଶ୍ଵ କଲ୍ୟାଣୀ ମିଶ୍ର,ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ, ଡିଏଲ୍ଏସ୍ଏ ସମ୍ମୁଖ କାର୍ଯ୍ୟାଳୟ ର ରିଟେନର ପିତାମ୍ବର ସାହୁ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ କେ. ଲକ୍ଷ୍ମୀ ନାରାୟଣ ଦୋରା ଓ ଶୁଭାଙ୍ଗୀ ହାରିତସ୍ୟ, ପାରା ଲିଗାଲ ସ୍ଵେଚ୍ଛାସେବୀ, ଫୁଲବାଣୀର ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ଥିଲେ l

