ଫୁଲବାଣୀ, ୨୨/୦୩ : (ସୁନୀଲ ପଟନାୟକ)ରବିବାର ମାଇ ଭାରତ କନ୍ଧମାଳ ତରଫରୁ ବିଶ୍ୱ ଜଳ ଦିବସ କାର୍ଯକ୍ରମ କନ୍ଧମାଳ ଷ୍ଟାଡିୟମ ଫୁଲବାଣୀ ପରିସର ରେ ଅନୁଷ୍ଠିତ୍ ହୋ ଇ ଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ପୁରୁଣା କଟକ କଲେଜ ର ପୂର୍ବତନ ଅଧକ୍ଷ ଡ଼ ପୂର୍ନେନ୍ଦୁ ତ୍ରିପାଠୀ ଯୋଗ୍ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଆଇନ ଯିବି ମନୋଜ କୁମାର ପଟ୍ଟନାୟକ ,ଜ଼ିଲ୍ଲା ଚିକିତ୍ସା କାର୍ଯ୍ୟଲୟ ଫୁଲବାଣୀ ର ଦେବାଶିଷ ମିଶ୍ର, ଖେଳ ଶିକ୍ଷକ ପ୍ରଶାନ୍ତ ଦାଶ, ସୁକାନ୍ତି ମଲ୍ଲିକ ଏବଂ ମାଇ ଭାରତ ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯ କ୍ରମ କୁ ଏକ ସହ ରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟ ରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋ ଇ ଥିଲା ଏଥିରେ ବୀରେନ୍ଦ୍ର ଟୁଡୁ ପ୍ରଥମ, ଯଶବୀର ଖସଲା ଦ୍ଵିତୀୟ,ପାୟଲ ନାୟକ ତୃତୀୟ ହା ଇ ଥିଲେ l ଅନୁଷ୍ଠିତ କାର୍ଯକ୍ରମ ରେ ପାନୀୟ ଜଳ ଉପରେ ଆଲୋଚନା କରାଯା ଇ ଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l କୁଇଜ୍ ପ୍ରତିଯୋଗିତା ରେ ବିଜୟୀ ପ୍ରତିଯୋଗି ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକ ରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଉମେଶ ପ୍ରଧାନ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

