ପୁରୁଷୋତ୍ତମପୁର,୨/୫,(ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ରୁକ୍ମଣୀ ନଗର ବାସିନ୍ଦା ମନୋରଞ୍ଜନ ପାଢ଼ୀ ଡୁଗୁନା ଙ୍କର ପିତା ରିଟାଏଡ଼ ସରକାରୀ କର୍ମଚାରୀ ବୁଦ୍ଧିମନ୍ତ ପାଢ଼ୀ ଙ୍କ 83 ବର୍ଷ ରେ ଦେହାନ୍ତ ହୋଇଯାଇଛି |ସେ ଫୁଲ ବାଣୀ କଲେକ୍ଟର ଅଫିସ ରେ ମୁଖ୍ୟ କିରାଣୀ ରୂପେ କାମ କରି ଅବସର ନେଇଥିଲେ | ସେଜଣେ ସହୃଦୟ, ଓ ପରୋପକାରୀ, ନିଷ୍କପଟ, ବିଶ୍ୱାସୀ , ବ୍ୟକ୍ତି ଥିଲେ | ଚାକିରି କାଳ ସମୟରେ ମଧ୍ୟ ସବୁ ଅଫିସର ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କ ସହିତ ତାଙ୍କର ବହୁତ ଭଲ ସମ୍ପର୍କ ରହିଥିଲା | ଲୋକମାନେ ନିଜର ଦରମା ପଇସା ପାଇଲା ପରେ ନିଜ ଘରର କଥା ଭାବୁଥାନ୍ତି, କିନ୍ତୁ ବୁଦ୍ଧିବନ୍ତବାବୁ ଜଣେ ଏପରି ବ୍ୟକ୍ତିତ୍ୱ ଯିଏକି ନିଜ ଘର ପରିବାର ଛାଡ଼ି, ପରଲୋକର ସେବାରେ ତାଙ୍କର ସେହି ଦରମା କୁ ଦାନ କରିଦିଅନ୍ତି | ଏ ହେଉଛି ମଣିଷ ପଣିଆ ତେଣୁ ଏପରି ବ୍ୟକ୍ତିଙ୍କ ଦ୍ୱାଦଶାହ ଦିବସରେ ଝୁରି ହେଉଛନ୍ତିଆତ୍ମୀୟ ସ୍ୱଜନ, ବନ୍ଧୁ ବର୍ଗ, ସାଙ୍ଗ ସାଥୀ ଓ ସାହାଯ୍ୟ ପ୍ରାପ୍ତି ବ୍ୟକ୍ତି ମାନେ | ଆଜି ଦ୍ୱାଦଶାହ ଦିବସରେ ତାଙ୍କ ଫୋଟ ରେପୁଷ୍ପ ମାଲ୍ୟ ଦେଈ , ତାଙ୍କରି ସ୍ମୃତି ଚାରଣ କରି ଗୁମୁରି, ଗୁମୁରି ରୋଦନ କରୁଛନ୍ତି ସମସ୍ତେ | ଆଉ ଏପଟେ ଗୋଟିଏ ପୁଅ ଯିଏକି ପିତାଙ୍କ ସମସ୍ତ ଶୁଦ୍ଧିକ୍ରିୟା ଠାରୁ ଆରମ୍ଭ କରି ଏକାଦଶ, ଓ ଦ୍ୱାଦଶାହ କାର୍ଯ୍ୟକ୍ରମକୁ ମଧ୍ୟ ସୁଚାରୁ ରୂପେ ପ୍ରତି ପାଦିତ କରିଛନ୍ତି |ସୁଯୋଗ୍ୟ ସନ୍ତାନ ମନୋରଞ୍ଜନ | ଗୋଟିଏ ପୁଅ ମନୋରଞ୍ଜନ, ମାଆ ମନୋରମା ପାଢ଼ୀ ବୋହୁ ରଶ୍ମିତା ପାଢ଼ୀ,ପାଞ୍ଚ ଝିଅ ଜୋଇଁ 1-ଆହଲ୍ୟା, ବିଜୟ, 2-ମୀରା, ବାବି, 3–ଝିଲି, ଅଜୟ,, 4–ମିଲି, ମିଟୁ, 5–ସୁନୀ, କୈଳାଶ, ଙ୍କସହ ନାତି ନାତୁଣୀ ସମସ୍ତେ ଉପସ୍ଥିତ ରହି ଏହି ଦୁର୍ବଳ କାର୍ଯ୍ୟକୁ ସମାପନ କରିଥିଲେ |” କେହି ରହିନାହିଁ ରହିବା ନାହିଁଟି ଏଈ ରଙ୍ଗ ମଞ୍ଚ ତଳେ ‘ ସର୍ବେ ନିଜ ନିଜ କାର୍ଯ୍ୟ ସାରି ପୁଣି ବାହୁଡ଼ିବେ କାଳ ବେଳେ | ଏହି କଥାର ଯଥାର୍ଥ ରହିଛି ଆଜି ବୁଦ୍ଧିବନ୍ତ ବାବୁ ଚଳିଗଲେ,କାଲି କି ଆମେ ମାନେ ନିଜ ଅଭିନୟ ସରିଗଲେ ଫେରିଯିବା | କିଛି ଧରି ଆସି ନାହାନ୍ତି କିଛି ଧରି ଯିବା ନାହିଁ, କେବଳ ଲୋଭ, ମୋହ, ମାୟାରେ ପଡ଼ି ଆମେ ଜଞ୍ଜାଳ ଭିତରେ ଘାଣ୍ଟି ହେଉଛେ | ତେବେ ମଲାପରେ ଯଦି ଲୋକ ଟିକେ ଆହା କହିବେ ନାହିଁ ତେବେ ସେ ବ୍ୟକ୍ତି ଅର୍ଜନ କରିଥିବା ଧନ, ଜନ, ଘର, ସଂସାର ର ମୂଲ୍ୟ କଣ ଅଛି | ଆମେ ଏହି ଦିଗବନ୍ତ ମହାନ ବ୍ୟକ୍ରି ବିଶେଷ ଙ୍କ ଠାରୁ କିଛି ଶିକ୍ଷା ଲାଭ କରିବା ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା |

