ଭଞ୍ଜନଗର,୨୧।୯(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (ଏନପିଏସ) ଅଧିନ ପ୍ରାଥମିକ ଶିକ୍ଷକ ମାନଙ୍କ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଦିଲୀପ କୁମାର ପ୍ରଧାନ,ସିଦ୍ଧାର୍ଥ ଶତପଥୀ,ଗୋପାଳ ଚନ୍ଦ୍ର ବେହେରା ଓ ପଦ୍ମନାଭ ପ୍ରଧାନ ନିର୍ବାଚନକୁ ପରିଚାଳନା କରିଥିଲେ। ଏଥିରେ ଜଗଦୀଶ ନାୟକ ସଭାପତି ଭାବେ ପୁଣି ନିର୍ବାଚିତ ହୋଇଥିବା ବେଳେ ଶିଶିର କାନ୍ତ ପତି କାର୍ଯ୍ୟକାରୀ ସମ୍ପାଦକ, ମନୋଜ କୁମାର ବେହେରା ସମ୍ପାଦକ, ସୁଜାତା ଦାସ ସହ-ସମ୍ପାଦିକା, ଆଶାଲତା ବେହେରା ଉପସଭାନେତ୍ରୀ ଏବଂ ପଦ୍ମନାଭ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ। ସନ୍ତୋଷ କୁମାର ରଥ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ। ନୂତନ କର୍ମକର୍ତ୍ତାମାନେ ସଂଘକୁ ସୁଦୃଢ଼ କରିବା ସହ ଶିକ୍ଷକମାନଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସମୂହଭାବେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

