ଫୁଲବାଣୀ,୧୦।୧୦(ସୁନୀଲ ପଟନାୟକ):ମାଇ ଭାରତ କନ୍ଧମାଳ ଜିଲ୍ଲା ତରଫରୁ ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସଭା ଗୃହ କନ୍ଧମାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯ କ୍ରମ କୁ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ଓଡ଼ିଶା ପୋଲିସ ର କମାନ୍ଦେନ୍ ନବୀନ କିଶୋର ପଣ୍ଡା, ଜିଲ୍ଲା କ୍ରିଡ଼ା ଅଧିକାରୀ ସମିର କୁମାର ନାୟକ, ଯୋଗ ଗୁରୂ ନିରଞ୍ଜନ ପାଣ୍ଡେ, ଏ ଏନ୍ ଏମ୍ ପ୍ରିନ୍ସିପାଲ ଫୁଲବାଣୀ ର ସୁଚଞ୍ଜତl ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ର ଶକ୍ତି କୁମାର ଦିଗାଲ, ଏ ଏନ୍ ଏମ୍ କଲେଜ ର ଅଧ୍ୟାପିକା ବବିତା ରାଣୀ ସାହୁ, କୁମାରୀ ମଳୟ ନାୟକ ଏବଂ ମାଇ ଭାରତ କନ୍ଧମାଳ ର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ କ୍ରମ କୁ ଫୁଲବାଣୀ ବ୍ଳକ୍ ର ଏକ ସହ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ କ୍ରମ ରେ ମୁଖ୍ୟ ଆଲୋଚନା ର ବିଷୟ ବସ୍ତୁ ଥିଲା ନାଶ l ମୁକ୍ତ ଯୁବ l ଉପସ୍ଥିତ ବଶିଷ୍ଠ ଅତିଥି ବୃନ୍ଦ ଉପରୋକ୍ତ ବିଷୟ ବସ୍ତୁ ଉପରେ ନିଜର ଅଭିଭାଷଣ ରଖିଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ସମସ୍ତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋ ଇ ଥିଲା l ବକୃତା ପ୍ରତିଯୋଗିତା ରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରା ଯାଇ ଥିଲା l ବୈଠକ ରେ ମାଇ ଭାରତ କନ୍ଧମାଳ ଜିଲ୍ଲାର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରି ଥିବା ବେଳେ ବବିତା ରାଣୀ ସାହୁ ଧନ୍ୟ ବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

