ପୋଲସରା,୧୧/୫,(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ ଗୋଛାବାଡି ପଂଚାୟତ ଅଧୀନ ଆଦିବାସୀ ଗ୍ରାମ ଖୁମୁଳା ର ସ୍ୱାମୀ ବିକ୍ରମ ପ୍ରଧାନ ଓ ସ୍ତ୍ରୀ ଶାନ୍ତି ପ୍ରଧାନ ଗୋଟିଏ ଦିନରେ ମୃତ୍ୟୁବରଣ କରିଥିଲେ। ଯାହାକି ହୃଦୟ ବିଦାରକ ଘଟଣା ଥିଲା। ତାଙ୍କର ଦୁଇଟି ନାବାଳିକା ଝିଅ ଅଛନ୍ତି ଏବଂ ପାଠ ମଧ୍ୟ ପଢୁଛନ୍ତି। ବାପା ଓ ମାଆ କୁ ହରାଇ ଦୁଇ ଝିଅ ଜେଜେବାପା ଓ ଜେଜେମାଆ ଙ୍କ ସହଯୋଗରେ ବହୁ କଷ୍ଟ ରେ ଚଳୁଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା। ବ୍ରହ୍ମପୁର ସ୍ଥିତ ଭଗବତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଏସ ପ୍ରକାଶ ଚନ୍ଦ୍ର ପାତ୍ର ସହାୟତା ର ହାତ ବଢ଼ାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଗକୁ ପାଠ ପଢାର ଦାୟିତ୍ୱ ନେବେ ବୋଲି ଟ୍ରଷ୍ଟ ର ଅଧକ୍ଷା ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

