ଖୋରଧା,୭।୮(କେଦାର ନାଥ ସାହୁ):ଶ୍ରୀ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ଠାରେ ସପ୍ତ ଦିବସ ବ୍ୟାପି ଚାଲିଥିବା ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ୍ ଓପ୍ରବଚନ୍ ଉଦଯାପିତ ହୋଇଯାଇଛି।ପ୍ରବଚକ ପଣ୍ଡିତ ଜୟ ନାରାୟଣ ଦାସ,ଶ୍ରୀ ଗୌରାଙ୍ଗ ଚରଣ ଦାସ,ସାଧୁ ମହାରାଜ ପ୍ରବଚନ ପ୍ରଦାନ କରି ଭାଗବତ୍ ର୍ ମହିମା ବର୍ଣ୍ଣନ୍ କରିଥିଲେ ।ଏହି କାର୍ୟକ୍ରମରେ ଖୋରଧା ଓ ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୂ ପ୍ରତ୍ୟହ ଯୋଗଦେଇ ଭାଗବତ୍ କଥାମୃତ ଶ୍ରବଣ କରୁଥିଲେ। ଅନୁଷ୍ଠାନ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା ।ଶେଷ ଦିନ ୩୫୦ଭକ୍ତ ଶ୍ରଦ୍ଧାଳୂ ଯୋଗ ଦାନ କରି ବ୍ୟାସ ପୂଜା ଆଳତି ନୃତ୍ୟ ସଙ୍କିର୍ତନ୍ କରିଥିଲେ ।କୁନି କଳାକାର ସୁଶ୍ରୀ ଅମୃତା ସାହୁ ଓଡଶି ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯକ୍ରମକୁ ମହନ୍ତ ଶ୍ରୀଅନନ୍ତ ହରି ମହାରାଜ ସଞ୍ଜୋଜନା କରିଥିଲେ।ସପ୍ତମ ଦିବସରେ ସାଧୁ ସନ୍ଥ ଙ୍କର ଏକ ସମ୍ମିଳନି ହୋଇଥିଲା। ସମ୍ପାଦକ ଜୟେ ନାରାୟଣ ଧନ୍ୟବାଡ ଅର୍ପଣ କରିଥିଲେ ।

