ଫୁଲବାଣୀ,୨୪/୦୭(ସୁନୀଲ ପଟ୍ଟନାୟକ):ଜଣେ ଭିନ କ୍ଷମ ନା ବାଳିକା ଦୁଷ୍କର୍ମ ଅଭିଯୋଗ ର ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଫୁଲବାଣୀ ପୋକ ସୋ କୋର୍ଟ ବିଚାରପତି ମନୋରଂଜନ ଦାସ ଅଭିଯୁକ୍ତ ଜନକ ଯାନି କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଏଥି ସହ ପୀଡିତl ପରିବାର କୁ ୫ଲକ୍ଷ ଟଂକା କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଡି ଏଲ ଏସ ଏ ଙ୍କୁ ନିର୍ଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ବେଲଘର ଅଞ୍ଚଳ ର ଜନକ ଜାନି ୨୦୨୪ମସିହା ରେ ଜଣେ ଭିନ୍ନ କ୍ଷମ ନାବାଳିକା କୁ ଗୋଟିଏ ପରିତ୍ୟକ୍ତ ଘରକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥଲା l ତେବେ ଚିତ୍କାର ଶୁଣି ଦୁଇ ଜଣ ଯୁବକ ଦେଖି ଗାଁ ରେ ଲୋକଙ୍କୁ ଖବର ଦେଇଥିଲେ l ପରିବାର ଲୋକେ ଅଭିଯୁକ୍ତ କୁ ଡାକି ପଚାରିବା ରେ ସେ ଓଲୋଟା ଧମକ ଦେଇଥିଲା l ପରିବାର ଲୋକେ ଏ ସଂପର୍କରେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଜନକ ଜାନି କୁ ଗିରଫ କରିଥିଲା l ଆଜି ପୋକ ସୋ କୋର୍ଟ ବିଚାର ପତି ଉପରୋକ୍ତ ମାମଲା ର ବିଚାର କରି ଚୁଡାନ୍ତ ରାୟ ଶୁଣାଇଛନ୍ତି l ସରକାରଂକ ପକ୍ଷରୁ ସ୍ୱତନ୍ତ୍ର ପି ପି ରମେଶ ଚନ୍ଦ୍ର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ l

