ଫୁଲବାଣୀ -୨୬/୦୩(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଜଣେ କର୍ତ୍ତବ୍ୟ ରତ ମହିଳା ଅଧିକାରିଣୀ କୁ କାର୍ଯ୍ୟାଳୟ ମଧ୍ୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନା ରେ ଅଭିଯୋଗ ହୋଇଛି l ସୂଚନା ଯୋଗ୍ୟ ଯେ, ଫିରିଙ୍ଗିଆ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଇପ୍ସିତା ଜେନା ତାଙ୍କ ଚାମ୍ବର କୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ କୁଆଡ଼େ ଇଆଡୁ ସିଆଡୁ କଥା କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସହ ଅଫିସ କାମରେ ବାଧା ସୃଷ୍ଟି କରିଥିଲେ l ଏ ନେଇ ସଂପୃକ୍ତ ମହିଳା ଅଧିକାରିଣୀ ଫିରିଙ୍ଗିଆ ଥାନା ରେ ଅଭିଯୋଗ କରିଛନ୍ତି l ଥାନା ର ସବ ଇନ୍ସପେକ୍ଟର ଦୀପକ ରାଉତ ଘଟଣା ର ତଦନ୍ତ କରୁଥିବା କଥା ଥାନା ଅଧିକାରୀ ମୁରଲୀ ଧର ସାହୂ କହିଛନ୍ତି l ଅଭିଯୁକ୍ତ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କର୍ମଚାରୀ ମାନେ ଦାବୀ କରିଛନ୍ତି l

