ଫୁଲବାଣୀ,୨୬/୦୫,(ସୁନୀଲ ପଟନାୟକ):ବାଲିଗୁଡା ର ଯୁବ ବ୍ୟବସାୟୀ ପିଣ୍ଟୁ ଓରୋଫ ପି. ମହେଶ ଦୋରା ମହୁମାଛି ଆକ୍ରମଣ ର ଶିକାର ହେବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତର ଖାନାରେ ଭର୍ତ୍ତି କରଯାଇଥିଲା l ପିଣ୍ଟୁ ସକାଳୁ ମର୍ଣିଂ ୱାକ କରିବାକୁ ଷ୍ଟାଡ଼ିଅମ ଯାଇ ଥିଲେ!ସେଠାରେ ମହୁ ମାଛି ତାଙ୍କୁ ଆକ୍ରମଣ କରିଥିଲା l ବେକର ଭେନ ରେ ଚୋବାଇ ଦେବାରୁ ଗୁରୁତର ହୋଇପଡ଼ିଥିଲେ l ଚିକତ୍ସା ଧୀନ ଅବସ୍ଥାରେ ପିଣ୍ଟୁଙ୍କର ମୃତ୍ୟୁ ଘଟିଛି! ପିଣ୍ଟୁ ଏକ ଷ୍ଟେସନାରୀ ଦୋକାନ କରିଥିଲେ! ବାଲିଗୁଡା ସୁନା ପାଙ୍ଗାରେ ରହୁଥିଲେ! ପିଣ୍ଟୁ ମେଳାପୀ ଓ ସମାଜ ସେବୀ ଥିଲେ! ତାଙ୍କର ମୃତ୍ୟୁ ରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି! ସାମ୍ବାଦିକ ତାପଶ ନାୟକ, ଚିତ୍ତ ନାୟକ, ପ୍ରମୋଦ ଦଣ୍ଡ ସେନା, ପ୍ରକାଶ ନାୟକ, ଆଇନ ଜୀବି ସୁବାଷ ଆଚରୀ, ବୁଲୁ ଚୌଧୁରୀ, ପୂର୍ବତନ ସମିତି ଅଧକ୍ଷ ରବି ପାଳ,ଆଇନଜୀବୀ ଏମଡି ଶିଦିକ, ସାମ୍ବାଦିକ ଫିଲିପ ଦିଗାଲ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସାମ୍ବାଦିକ ମନୋରଞ୍ଜନ ରାୟ ବିଜେଡି ଉପସଭାପତି ଟୁନା ଦାଶ, ଫୁଲବାଣୀରୁ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଡିଗଲ, ଆଇନ ଜୀବି ବିଜୟ କୃଷ୍ଣ ପଟ୍ଟନାୟକ,ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

