ବୁଗୁଡ଼ା ,୨୧।୭(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ମଙ୍ଗଳବାର ଦିନ “ଆମ ଗଞ୍ଜାମ ସ୍ବଛ ଗଞ୍ଜାମ” ଜରିଆରେ ସଫେଇ କାର୍ଯ୍ୟକ୍ରମ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ମାଁ ସନ୍ତୋଷୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ନେତୃତ୍ବରେ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଁ ସନ୍ତୋଷୀ ମନ୍ଦିର ଓ ନିକଟରେ ଥିବା ଶିଶୁ ଉଦ୍ୟାନ ଚତ୍ରୁପାର୍ଶରେ ଆବର୍ଜନା ଘାସ ଓ ଲଟାବୁଦା ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଏହି ସଫେଇ କାର୍ଯ୍ୟରେ ଯୋଗଦେଇ ସମ୍ପୂର୍ଣ୍ଣ ପରିବେଶକୁ ସଫାସୁତୁରା କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ମଙ୍ଗଳବାର ଦିନ ଏହି ପରି ସଫେଇ କାର୍ଯ୍ୟକ୍ରମ ଜରିଆରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜରି ରଖାଯାଇ ଅଞ୍ଚଳକୁ ସଫାସୁତୁରା ରହିବା ପାଇଁ ପ୍ରୟାସ ଜାରିରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀବେହେରା ପ୍ରକାଶ କରିଥିଲେ।ଏହି ଭଳି ସମସ୍ତଙ୍କ ଇଚ୍ଛାଶକ୍ତି ରହିଲେ ସବୁଜ ସୁନ୍ଦର ବୁଗୁଡ଼ା ଗଠନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି !

