ଭଦ୍ରକ: ୧୦/୦୩ : ( ଜନ ବାଣୀ ନ୍ୟୁକ୍ ) ସକାଳୁ ସକାଳୁ ଭାରତ ମାତାକି ଜୟ , ବନ୍ଦେ ମାତରମ୍ ଓ ଜୟ ଶ୍ରୀରାମ, ଜୟ ହନୁମାନ ଧ୍ବନୀରେ ସମଗ୍ର ଭଦ୍ରକ ସହରର ଗଗନ ପବନ ଏମିତି ଏକ ଅଧ୍ୟାତ୍ମୀକ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା ! ଏମିତି ଥିଲା ସେଦିନର ଅବସ୍ଥା ! ଘଟଣା କ’ଣ ବୁଝିବା ବେଳକୁ ସହରରେ ଶହ ଶହ ଶ୍ରୀରାମଙ୍କ ଶ୍ରଦ୍ଧାଳୁମାନଙ୍କୁ ନେଇ ରବିବାର ଏକ ଭକ୍ତିମୟ ତଥା ଗେରୁଆ ବସ୍ତ୍ରମୟ ପରିବେଶ ମଧ୍ୟରେ “ମାତୃଭୂମି ପାଇଁ ଗଣଦୌଡ଼” ଅନୁଷ୍ଠିତ ହୋଇଯାଇଛି ! ସହରର ବିଭିନ୍ନ ଛକ ମାନଙ୍କରେ ସମବେତ ମାତୃଶକ୍ତି ମାନଙ୍କ ଦ୍ୱାରା ରାମଭକ୍ତ ମାନଙ୍କୁ ପୁଷ୍ପ ବୃଷ୍ଟି କରାଯାଇ ସମସ୍ତଙ୍କୁ ସ୍ଵାଗତ କରାଯିବା ସହିତ ଉତ୍ସାହିତ କରାଯାଇଥିଲା ! ସୂଚନା ଅନୁଯାୟୀ, ଶ୍ରୀରାମ ମହାଯଜ୍ଞ ସମିତି ଆନୁକୂଲ୍ୟରେ ଠିକ୍ ସକାଳ ୭ଟାରେ ଏହି ଗଣଦୈଡ଼ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ତାରିଣୀ ମନ୍ଦିର ଠାରୁ ଶୁଭାରମ୍ଭ ହୋଇ ସହର ମଧ୍ୟ ଦେଇ ବାଇପାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା ! ସର୍ବପ୍ରଥମେ ମା’ ତାରିଣୀଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଗଣଦୌଡ଼କୁ ଶ୍ରୀରାମ ମହାଜଜ୍ଞ ସମିତିର ବରିଷ୍ଠ ଉପଦ୍ଦେଷ୍ଟା ପୂର୍ବତନ ରାଜସ୍ଵ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମିତିର ଉପଦ୍ଦେଷ୍ଟା ତଥା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମିତିର ସାଧାରଣ ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ ଓ କୋଷାଧ୍ୟକ୍ଷ ନିରଞ୍ଜନ ସାହୁ ପ୍ରମୁଖ ଯଥାରୀତି ଶ୍ରୀଫଳ ବାଡ଼େଇ ଗୌରୀକ ପତାକା ପ୍ରଦର୍ଶନ ପୂର୍ବକ ଗଣଦୌଡ଼ର ଶୁଭାରମ୍ଭ କରାଯାଇଥିଲା ଓ ଶ୍ରୀଜଗନ୍ନାଥ ମନ୍ଦିରରେ ଶେଷ ହୋଇଥିଲା ! ଏହି ଗଣଦୌଡ଼ରେ ଦଳଗତ ନିର୍ବିଶେଷରେ ମାତୃଭୂମୀ ପାଇଁ ଉତ୍ସର୍ଗୀକୃତ ଶହ ଶହ ସଂଖ୍ୟାରେ ଯୁବକ, ଛାତ୍ର-ଛାତ୍ରୀ, ସାଧାରଣ ଜନତା, ମହିଳା ମାନେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା !

