ଖଜୁରୀପଡ଼ା,୨୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ ଗ୍ରାମ ପଞ୍ଚାୟତର ପେନାବାଲି, ପିପଲପଡ଼ା ଓ ଗୁଡ୍ରିସାହିସ୍ଥିତ ଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଜନସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାରିଖ ୨୪ ଅକ୍ଟୋବର ୨୦୨୬ରେ କହ୍ନେଇ ବାବା ରୋଷେଇ ଓ ଲକ୍ଷ୍ମୀ ମାତୃ ପିତୃ ସେବାଶ୍ରମର ମିଳିତ ଉଦ୍ୟମରେ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ସମାଜରେ ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅଭିଜ୍ଞତା, ଜୀବନର ସଂଘର୍ଷ ଓ ତ୍ୟାଗ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ। ବୟସର ଅପରାହ୍ନରେ ସେମାନଙ୍କୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସହଯୋଗ ଯୋଗାଇଦେବା ପ୍ରତ୍ୟେକ ମଣିଷର ନୈତିକ କର୍ତ୍ତବ୍ୟ। ଏହି ମହତ୍ ଉଦ୍ଦେଶ୍ୟକୁ ଆଗରେ ରଖି ଉଭୟ ସେବା ସଂସ୍ଥା ପକ୍ଷରୁ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।ଶୀତ ଋତୁର ଆଗମନକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ପ୍ରଦାନ କରିବା ଏକ ପ୍ରଶଂସନୀୟ ପଦକ୍ଷେପ। ଏହା କେବଳ ଶୀତରୁ ରକ୍ଷା ପାଇବା ପାଇଁ ଏକ ସହାୟତା ନୁହେଁ, ବରଂ ସେମାନଙ୍କ ପ୍ରତି ସମାଜର ସ୍ନେହ, ମମତା ଓ ସମ୍ମାନର ଏକ ନିଆରା ପ୍ରତୀକ। ଏଭଳି ମାନବିକ କାର୍ଯ୍ୟକ୍ରମ ରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ମନରେ ଆତ୍ମୀୟତା ଓ ଆଶ୍ୱାସନାର ଭାବନା ସୃଷ୍ଟି କରିବା ସହ ସମାଜରେ ସେବା ଓ ସହଯୋଗର ବାର୍ତ୍ତା ପ୍ରସାର କରିଥାଏ।ବର୍ତ୍ତମାନ ସମୟରେ ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ପରୋପକାରର ମହତ୍ତ୍ୱ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ କହ୍ନେଇ ବାବା ରୋଷେଇ ଓ ଲକ୍ଷ୍ମୀ ମାତୃ ପିତୃ ଏହି ମିଳିତ ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିଛି। ନିଃସ୍ୱାର୍ଥପର ଭାବେ ଅସହାୟ ଓ ବରିଷ୍ଠ ନାଗରିକଙ୍କ ସେବା କରିବା ହିଁ ପ୍ରକୃତ ମାନବ ଧର୍ମ ବୋଲି ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।ମାନବ ସେବା ହିଁ ମାଧବ ସେବା—ଏହି ମହାନ ଚିନ୍ତାଧାରାକୁ ପାଥେୟ କରି ସମାଜର ଅସହାୟ, ନିରାଶ୍ରୟ ଓ ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

