ଫୁଲବାଣୀ,୨୧/୦୫ (ସୁନୀଲ ପଟ୍ଟନାୟକ):ଦୀର୍ଘ୍ ଏକ ମାସ ଧରି ଫୁଲବାଣୀ ସହର ରେ ଚାଲିଥିବା ମା ନାରାୟଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଛି l ବୁଧବାର ମଧ୍ୟାହ୍ନ ରେ ପ୍ରଥମେ ବ୍ରାହ୍ମଣୀ ଦେବୀ, ପରେ ବରାଳ ଦେବୀ, ବ୍ୟା ଘ୍ର ଦେବୀ ଓ ଗ୍ରାମ୍ୟ ଦେବୀ, ଓ ମ ଦକ୍ଷିଣ କାଳି ଙ୍କୁ ପୂଜାର୍ଚ୍ଚନା ପରେ ନିଜ ନିଜ ମନ୍ଦୀର କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଶେଷରେ ରାତିରେ ନାଚ ଗୀତ, ବାଜା ବlଣସହ ବିରାଟ ପଟୁଆର ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ମା ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ l ଅସ୍ଥାୟୀ ମନ୍ଦୀର ରୁ ବାହାରି ବିଜୁ ପଟ୍ଟନାୟକ ଛକ, ଦେଇ ମୁଖ୍ୟ ରାସ୍ତାରେ ମା ଦି କୁନ୍ଦl ଛକ ଦେଇ ସରକାରୀ ମହିଳା ମହାବିଦ୍ୟାଳୟ ଦେଇ ମନ୍ଦୀର କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଆଇନ ଶୃଙ୍ଖଳା ଦୃଷ୍ଟି ରୁ ବ୍ୟାପକ ପୋଲିସ ମୁତୟନ କରଯାଇଥିଲା l ଦୀର୍ଘ ଏକ ମାସ ଧରି ଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ଦିବସ ରେ ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ମୁଖ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ ଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ, ବୁଦ୍ଧିଜୀବୀ, ଯାତ୍ରା ପରିଚଳନlକମିଟି ସଭାପତି କାବୁଲ l ସେନା ପତି, ସମ୍ପାଦକସଂଜିତ ପାତ୍ର ଓକିଲ, ସାମ୍ବାଦିକ ଉପସ୍ଥିତ ରହି ମା ନାରାୟଣୀ ଙ୍କୁ ବିଦାୟ ଦେଇଥିଲେ l ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ସୁନ୍ଦର ଭାବେ ପ୍ରତିଦିନ ସଂଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାର କଳାକାର ମାନଙ୍କୁ ନେଇ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ କ୍ରମ ଅୟୋଜନ କରିବା ସହ ପରିଚାଳନା କରିଥିଲେ l ଉପ ଜିଲ୍ଲା ପାଳ ତଥା ପରିଚାଳନା କମିଟି ଅଧ୍ୟକ୍ଷ ଭିକାରୀ ସାହୂ, କମିଟି ସଭାପତି କାବୁଲl ସେନା ପତି, ସମ୍ପାଦନ ସଂଜିତ ପାତ୍ର, ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁଜିତ୍ କୁମାର ବେହେରା ପ୍ରମୁଖ ଆନ୍ତରିକ ଉଦ୍ୟମ୍, ଅକ୍ଲାନ୍ତ ପରିଶ୍ରମ, ପରିଚାଳନାଗତ ଦକ୍ଷତା ଯୋଗୁଁ ଶୁଭ ଖୁଣ୍ଟି ପ୍ରତିଷ୍ଠା ସହ ଦୀର୍ଘ ଏକ ମାସ ଧରି ଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ଯାକ ଜକମ ର ସହ ଅନୁଷ୍ଠିତ ହୋଇଥିଲା l

