ବୈପାରିଗୁଡ଼ା : ୧୩/୩ ( ଜନ ବାଣୀ ନ୍ୟୁଜ) ମୌଳିକ ସୁବିଧାରୁ ବଞ୍ଚିତ ହୋଇ ତିନି ଝିଅଙ୍କୁ ଧରି ଆନ୍ଦ୍ର ପ୍ରଦେଶରେ ଦାଦନ ଖଟିବାକୁ ଯାଇଛନ୍ତି ଜଣେ ବିଧବା ମହିଳା ତଳନ୍ତି କନ୍ଦପାନ । ତଳନ୍ତି କନ୍ଦପାନଙ୍କୁ ନା ମିଳୁଛି ବିଧବା ଭତ୍ତା, ନା ମିଳିଛି ମଙ୍ଗଳପରିବାର ଯୋଜନା, ନା ପରିବାରଙ୍କୁ ମିଳୁଛି ରାସନ ଚାଉଳ, ଏ ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ କିମ୍ବା ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ବିଧବା ମହିଳାଙ୍କ ପରିବାର। ସ୍ଵାମୀ ମୃତ୍ୟୁ ବରଣ କରିବାର ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳୁନି ବିଧବା ଭତା ପାଖରେ ତିନୋଟି ଝିଅକୁ ଧରି ଦୁଃଖ କଷ୍ଟରେ ମାଟି କୁଡ଼ିଆରେ ଚଳି ଆସୁଛନ୍ତି ତଳନ୍ତି କନ୍ଦପାନ । ଏହିପରି ଏକ ବିକଳଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ଜି.ମାଝୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଡ଼ିଆ ଗୁଡ଼ା ଗ୍ରାମରେ । ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଧବା ଓ ବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଜଯନା ଯୋଗେଇ ଦେବା ନିମନ୍ତେ ରାଜ୍ୟ ସରକାର ଟିମ ଟିମା ମାରୁଛି । କିନ୍ତୁ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ଯୋଗୁଁ ଗରିବ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଝଡ଼ିଆ ଗୁଡ଼ା ଗ୍ରାମର ତଳନ୍ତି କନ୍ଦପାନଙ୍କ ସ୍ଵାମୀ ବନନ୍ତ କନ୍ଦପାନ ପ୍ରାୟ ଏକ ବର୍ଷ ତଳେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ମୃତ୍ୟୁ ପରେ ତଳନ୍ତି କନ୍ଧପାନ ମୃତ୍ୟୁ ପ୍ରମାଣପତ୍ର ପାଇଁ ବୈପାରିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଆବେଦନ କରିଛନ୍ତି । ଆବେଦନ କରିବାର ପ୍ରାୟ ଛଅ ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତଳନ୍ତିକୁ ମିଳିନାହିଁ ମୃତ୍ୟୁ ପ୍ରମାଣପତ୍ର । ମୃତ୍ୟୁ ପ୍ରମାଣପତ୍ର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ । ସେହିପରି ତିନୋଟି ଝିଅ ସହ ଚଳିବାକୁ ଅସୁବିଧା ହେଉଥିବାରୁ ରାସନ ଚାଉଳ କାର୍ଡ ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ। କିନ୍ତୁ ତଳନ୍ତିକୁ ଆଜି ପର୍ଯ୍ୟନ୍ତ ମିଳୁନାହିଁ ରାସନ ଚାଉଳ କାର୍ଡ କିମ୍ବା ଆବାସ ଗୃହ, ତଳନ୍ତିଙ୍କ ଶାଶୂଙ୍କ ନାମ ଶୁକ୍ରୀ କନ୍ଦପାନ ମଧ୍ୟ ବିଧବା । ଶାଶୂକୁ ମିଳୁଛି ମାତ୍ର ୧୦୦୦ ଟଙ୍କା ବିଧବା ଭତ୍ତା ଓ ୫କେଜି ଚାଉଳ । ସେଥିରେ ଚଳାଚଳ ବାଧାପ୍ରା ହେବାରୁ ସେ ବାଧ୍ୟହୋଇ ଶାଶୂ ଓ ତିନୋଟି ଝିଅକୁ ଧରି ଆନ୍ଦ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି। ତିନୋଟି ଝିଅର ଭବିଷ୍ୟତ ପାଇଁ ଚିନ୍ତାରେ ରହିଛନ୍ତି ତଳନ୍ତି। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ବିଧବା ମହିଳାଙ୍କୁ ଯଥାଶୀଘ୍ର ମଙ୍ଗଳ ପରିବାର ଯୋଜନା, ବିଧବା ଭତ୍ତା ଯୋଗାଇ ଦେବାସହ ପରିବାରଙ୍କୁ ରାସନ ଚାଉଳ କାର୍ଡ ଓ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

