ଫୁଲବାଣୀ,୨୭/୦୭(ସୁନୀଲ ପଟ୍ଟନାୟକ):ସରକାର ଯାତ୍ରୀ ମାନଙ୍କ ବିଶ୍ରାମ ପାଈଁ ଗାଁ ଓ ସହର ରେ ଯାତ୍ରୀ ବିଶ୍ରାମ ଗାର ମାନ ନିର୍ମାଣ କରୁଛନ୍ତି ହେଲେ ପରବର୍ତୀ ସମୟରେ ଏ ସବୁର ରକ୍ଷଣା ବେକ୍ଷଣ କିମ୍ବା ମରାମତି କାର୍ଯ୍ୟ ଠିକ୍ ଭାବେ ହେଉନଥିବା ରୁ ଭାଙ୍ଗି ରୁଜି ନଷ୍ଟ ହେବାକୁ ବସିଲାଣି l ଯାତ୍ରୀ ଙ୍କ କାମରେ ଆସୁନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଟିକାବାଲି ବ୍ଲକ ତେଙ୍ଗେଡା ପଥର ରେ ଥିବା ଯାତ୍ରୀ ବିଶ୍ରାମ ଗାର l ଏହି ବିଶ୍ରାମ ଗାର ରେ ତେନ୍ତୁଲିଗଡ, ବେହେରା ଗାଁ, ବାଡ଼ିକିଆ, ପାଣିଙ୍ଗିଆ ଆଦି ଅନେକ ଗୁଡ଼ିଏ ଗ୍ରାମ ର ଲୋକେ ଆଶ୍ରୟ ନେବା ସହ ବସ, ଟେମ୍ପୋ ଓ ଅନ୍ୟାନ୍ୟ ଗାଡି କୁ ଅପେକ୍ଷା କରିଥାନ୍ତି l ତା ନିକଟରେ କିଛି ଦୋକାନ ବି ରହିଛି l ତେବେ ରକ୍ଷଣା ବେକ୍ଷଣ ଅଭାବ ରୁ କାନ୍ଥ ଦୁର୍ବଳ ହୋଇଯିବା ସହ ପାଣି ଲିକ୍ କରୁଛି l ସେହିପରି ବୁଲା ଗୋରୁ ଗାଈ, କୁକୁର ଶୋଇ ତାକୁ ନଷ୍ଟ କରିଦେଉଛନ୍ତି l ନିୟମିତ ସଫା ସୁତୁରା ହେଊ ନି l ପ୍ରାୟ ୨୦ ବର୍ଷ ତକେ ଏହା ନିର୍ମାଣ ହୋଇଥିଲା l ଏଣୁ ଏଠାରେ ଏକ ନୁଆ ବିଶ୍ରାମ ଗାର ନିର୍ମାଣ କରାଗଲେ ଯାତ୍ରୀ ଉପକୃତ ହୋଇ ପlରନ୍ତେ l ଜିଲ୍ଲା ପ୍ରଶାସନ ଓ ବିଡ଼ିଓ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

