ଭଞ୍ଜନଗର,୨୪।୭(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଲକ୍ ସ୍ଥିତ ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ କରାଯିବା ସହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ପି. କୁନିଆମା ଦୋରା ସଭାରେ ସଭାପତିତ୍ୱ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ, ଉଷାରାଣୀ ଦାସ ଙ୍କ ସମେତ ଅଧ୍ୟାପକ ତ୍ରିନାଥ ବେହେରା, ବାବୁଲାଲ ଗୌଡ଼, ଅଜିତ୍ ନାୟକ, ଅଧ୍ୟାପିକା ସଙ୍ଗୀତା ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ନବାଗତ ଛାତ୍ର ଛାତ୍ରୀ ଙ୍କୁ ବହୁତ ମୂଲ୍ୟବାନ୍ ପରାମର୍ଶ ପ୍ରଦାନ କରିଥିଲେ l ଅନୁଷ୍ଠାନର ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀମାନେ ନବାଗତ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ର ଛାତ୍ରୀ ଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରିବା ସହ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ପତ୍ର ଓ ଉପହାର ପ୍ରଦାନ ପୂର୍ବକ ସ୍ୱାଗତ କରଯାଇଥିଲା l ଏହି ଅବସରରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଏବଂ ଅନୁଷ୍ଠାନର ନୀତି ନିୟମ ଆଦି ସଂପର୍କରେ ଅବଗତ କରାଯାଇଥିଲା l କର୍ଯ୍ୟକ୍ରମକୁ ଦ୍ବାଦଶ ଶ୍ରେଣୀର ଛାତ୍ର ଚନ୍ଦନ ମଲିକ୍ ଓ ଛାତ୍ରୀ ବର୍ଷା ସଂଯୋଜନା କରିଥିବା ବେଳେ ଛାତ୍ରୀ ସ୍ନେହଲତା ଓ ସାଥୀ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ପ୍ରକାଶଥାଉକି, ଚଳିତ ବର୍ଷ ଛଅ ଜଣ ନିୟମିତ ସ୍ନାତକତ୍ତୋର ଶିକ୍ଷକ ଶିକ୍ଷୟିତ୍ରୀ ଓ.ପି.ଏସ.ସି ଦ୍ୱାରା ଚୟନ ହେଇକି ଅନୁଷ୍ଠାନରେ ଯୋଗ ଦେଇଛନ୍ତି ଏଣୁ ଅନୁଷ୍ଠାନରେ ଛାତ୍ର ଛାତ୍ରୀ ଉତ୍ତମ ଶିକ୍ଷାଦାନ ସହ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ପରିଶେଷରେ ଅଧ୍ଯକ୍ଷା ମହୋଦୟା ପ୍ରକାଶ କରିଥିଲେ l ଶେଷରେ ଛାତ୍ର ଚନ୍ଦନ ମଲିକ୍ ଧନ୍ଯବାଦ ଅର୍ପଣ କରିଥିଲେ।

