ଭଞ୍ଜନଗର,୨୦/୫,(ନିଲୁ ବିଷୋୟୀ):ରାଜ୍ୟରେ ବୁଧବାର ପ୍ରକାଶ ପାଇଛି ଯୁକ୍ତଦୁଇ କଳା,ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ଫଳାଫଳ। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ସମୀକ୍ଷା ବିଶୋୟୀ ମୋଟ ୬୦୦ ମାର୍କରୁ ୫୫୯ ମାର୍କ ରଖି କଲେଜ ଟପର ହୋଇଛନ୍ତି। ସେହିପରି ସ୍ବର୍ଣ୍ଣମିତ୍ର ସ୍ବାଇଁ ୫୫୭ ମାର୍କ ରଖି ଦ୍ଵିତୀୟ ହୋଇଥିବା ବେଳେ ସଞ୍ଜୀବ ପ୍ରସାଦ ବିଷୋୟୀ ୫୪୬ ମାର୍କ ରଖି ତୃତୀୟ ହୋଇଛନ୍ତି। କଲେଜର ବିଜ୍ଞାନ ବିଭାଗରେ ମୋଟ ୧୭୫ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୭୧ ଜଣ,୬୩ ଜଣ ଦ୍ଵିତୀୟ ଶ୍ରେଣୀରେ ଏବଂ ୧୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ସୁଶ୍ରୀତା ପାତ୍ର ୫୩୧ ମାର୍କ ରଖି କଲେଜ ଟପର୍ ହୋଇଥିବା ବେଳେ ମୀରାଲିନ ଶତପଥୀ ୫୧୨ ମାର୍କ ରଖି ଦ୍ଵିତୀୟ ଓ ସାଇ ଶଙ୍କର ପ୍ରଧାନ ୪୯୯ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏଥିରେ ମୋଟ ୨୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ପ୍ରଥମ ଶ୍ରେଣୀରେ ୮ ଜଣ ଦ୍ବିତୀୟ ଓ ୫ ଜଣ ତୃତୀୟ ହୋଇଛନ୍ତି। ସେହିପରି କଳାରେ କାବେରୀ ପତି ୫୦୮ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ପ୍ରଭଞ୍ଜନ କର ୫୦୪ ମାର୍କ ରଖି ଦ୍ବିତୀୟ ଓ କ୍ରୀଷ୍ଣା କୁମାରୀ ପତି ୪୯୮ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ୨୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୩ ଜଣ ପ୍ରଥମ,୬୫ ଜଣ ଦ୍ବିତୀୟ ଓ ୯୬ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା କଲେଜ ଅଧ୍ୟକ୍ଷ ବିଭାସ କୁମାର ଦାସ ସୂଚନା ଦେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭୋକେସନାଲରେ ୩୭ ଜଣ ପରୀକ୍ଷା ଦେଇଥିବା ବେଳେ ୪ଜଣ ପ୍ରଥମ,୧୬ ଜଣ ଦ୍ବିତୀୟ ଏବଂ ୧୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ସେହିପରି ଘୁମୁସର ଆବାସିକ ମହାବିଦ୍ୟାଳୟରେ ୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୯ ଜଣ ପ୍ରଥମ ଶ୍ରେଣୀରେ,୧୦ ଜଣ ଦ୍ବିତୀୟ ଏବଂ ଜଣେ ତୃତୀୟ ଶ୍ରେଣୀରେ ପାସ୍ ହୋଇଛନ୍ତି। କଲେଜର ସୋନାଲୀ ପ୍ରଧାନ ୪୯୩ ମାର୍କ ରଖି କଲେଜ ଟପର ହୋଇଛନ୍ତି।

