ବୋଲଗଡ଼,୩୦/୪,(ସୁଶାନ୍ତ କୁମାର ପ୍ରଧାନ):ଗ୍ୟାସ ସଙ୍କଟ ସମୟରେ ଏହାର କଳାବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିବାବେଳେ ବୋଲଗଡ଼ ବ୍ଲକ ଅଞ୍ଚକର ଜନୈକ ଗ୍ୟାସ ବେପାରୀ ଙ୍କ ଦୁଇଟି ଘରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ ଭାବେ ଗଚ୍ଛିତ ଥିବା ୧୫ ଟି ରନ୍ଧନ ଗ୍ୟାସ ଭର୍ତ୍ତି ଟାଙ୍କି ଜବତ କରାଯାଇଛି। ବୋଲଗଡ଼ ବ୍ଲକ ଯୋଗାଣ ଅଧିକାରୀ ସିଦ୍ଧାର୍ଥ ସାହୁ ଙ୍କ ସୂଚନା ଆଧାରରେ ଖୋର୍ଦ୍ଧା ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରିଣୀ ଇନ୍ଦୁରେଖା ସାହୁଙ୍କ ନେତୃତ୍ୱ ରେ ବେଗୁନିଆ ଯୋଗାଣ ଅଧିକାରିଣୀ ସାଗରିକା ମହାଲା,ଟାଙ୍ଗୀ ଯୋଗାଣ ଅଧିକାରୀ ଶିବରାମ ବିଶ୍ଵାଳ ପ୍ରମୁଖଙ୍କ ଏକ ଟିମ୍ ବୋଲଗଡ଼ ବସଷ୍ଟାଣ୍ଡ ବଜାରରେ ଗ୍ୟାସମରାମତି ଦୋକାନକରିଥିବା ଜଗନ୍ନାଥ ସୁବୁଦ୍ଧି ଙ୍କ ବୋଲଗଡ଼ଘରେ ଚଢ଼ାଉକରି ସେଠାରୁ ବେଆଇନ ଭାବେ ଗଚ୍ଛିତ ଥିବା ୩ଟି ଓ ତାଙ୍କର ରାମସୁବୁଦ୍ଧିପାଟଣା ସ୍ଥିତ ଘରୁ ୧୨ ଟି ରନ୍ଧନ ଗ୍ୟାସ ଭର୍ତ୍ତି ଟାଙ୍କି ଜବତ କରିଥିଲେ।ଟାଙ୍କି ଗୁଡ଼ିକର ମାଲିକାନା ପ୍ରମାଣପତ୍ର ଦେଖାଇବାରେ ସେ ବିଫଳ ହୋଇଥିବାବେଳେ ତଦନ୍ତରେ ଅସହଯୋଗ ଆଶଙ୍କା ରେ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସର ସହଯୋଗ ନିଆଯାଇଥିଲା।ଜବତ ପରେ ଏହି ଟାଙ୍କି ଗୁଡ଼ିକୁ ସ୍ଥାନୀୟ ଭାରତ ଗ୍ୟାସ ଡିଷ୍ଟ୍ରିବ୍ୟୁଟରଙ୍କ ହେପାଜତ ରେ ତାଙ୍କ ଗୋଦାମ ଘରେ ରଖାଯାଇଛି। ଏ ସଂକ୍ରାନ୍ତ ରେ ଜିଲ୍ଲାପାଳଙ୍କ ଅଦାଲତରେ ବିଭାଗପକ୍ଷରୁ କେସ ଦାୟର ହୋଇଥିବା ବେଳେ ସେଠାରେ ବିଚାରପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଯୋଗାଣ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

