ବୁଗୁଡ଼ା,୨୫/୦୭:(ପୂର୍ଣ୍ଣଚନ୍ଦ୍ର ବାରିକ):ଶନିବାର ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି।ରଥ ଉପରେ ବିଶ୍ଵନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ।ଅନ୍ୟ ପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା।ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡତଢାଉ ବେଶ ମଧ୍ୟ କୁହାଯାଏ ।ଠାକୁରଙ୍କ ଯାବତୀୟ ନୀତିକାନ୍ତି ସମ୍ପନ୍ନ ପରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯାଇଥିଲା।ବହୁବିଧ ଅଳଙ୍କାରରେ ବିଭୂଷିତ ବିଶ୍ୱନିୟନ୍ତଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ବୁଗୁଡ଼ା ବଡ଼ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ପରି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।

