ଫୁଲବାଣୀ,୫।୭(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଫୁଲବାଣୀ ଜଙ୍ଗଲ ବିଭାଗ ଡ଼ିଭିଜନ ଅନ୍ତର୍ଗତ ରାଣୀ ପଥର ଜଙ୍ଗଲ ରେ ତିନିଟି ହାତୀ ବୁଲୁଥିବାରୂ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l ତେବେ ହାତୀ ପଲ ଏଯାଏଁ କାହାରି କ୍ଷତି କରିନଥିବା ଜଣା ପଡ଼ିଛି l ତେବେ ବନ ବିଭାଗ ପକ୍ଷରୁ ହାତୀ ଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖା ଯାଇଥିବା ରେଞ୍ଜର ମାନସ ସାହୁ କହିଛନ୍ତି l ରେଞ୍ଜର ମାନସ ରଞ୍ଜନ ସାହୁ ଙ୍କ ନେତୃତ୍ୱ ରେ ବନ ବିଭାଗ କର୍ମଚାରୀ ଅନ୍ତରିକତା ର ସହ ହାତୀ ପଲ ଙ୍କୁ ଘଉଡ଼ାଇବା ପାଈଁ ଉଦ୍ୟମ କରୁଥିବା ଦେଖାଯାଉଛି l ଗ୍ରାମବାସୀ ଜଙ୍ଗଲ କୁ ନ ଯିବା, ହାତୀ ପଲ ଙ୍କୁ ଉତ୍ୟକ୍ତ ନ କରିବା ପାଇଁ ରେଞ୍ଜର ସାହୁ ପରାମର୍ଶ ଦେଇ ଛନ୍ତି l ଖାଦ୍ୟ ଅନ୍ୱେଷଣ ରେ ହା ତୀ ପଲ ନିକଟବର୍ତୀ ଜିଲାରୁ ଚାଲି ଆସିଥିବା ଶୁଣିବାକୁ ମିଳୁଛି l

